ନାଗପୁର : ଲଜ୍ଜ୍‌! କୁନି ଝିଅ ସହ ଦୁଷ୍କର୍ମ । ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । କଟୋଲ ତହସିଲର ଏକ ଗାଁରେ ୭ ବର୍ଷର କୁନି ଝିଅକୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ କରିଛି ୨୫ ବର୍ଷିୟ ଯୁବକ । ଶନିବାର ଦିନ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

ଘଟଣା ଦିନ କୁନି ଝିଅଟି ସ୍କୁଲ ପଡ଼ିଆରେ ଖେଳୁଥିବା ଦେଖି ଅଭିଯୁକ୍ତ ତାକୁ ସ୍କୁଲ ଟଏଲେଟକୁ ଟେକି ନେଇଥିଲା । ସେଠାରେ ତାକୁ ଦୁଷ୍କର୍ମ କରିବା ସହ ଏକଥା କାହାକୁ କହିଲେ ମାରିଦେବ କହି ଧମକ ଚମକ ଦେଉଥିଲେ । ତେବେ ଏହି ସମୟରେ ସେହି ରାସ୍ତା ଦେଇ ଜଣେ ଗାଁ ଲୋକ ଯାଉଥିଲେ । ଆଉ ସେ କୁନି ଝିଅରା ଚିତ୍କାର ଓ କାନ୍ଦଣା ଶୁଣିପାରିଥିଲେ । କାଳବିଳମ୍ବ ନକରି ସେ ପାଟି ଶୁଭୁଥିବା ସ୍ଥାନକୁ ଦୌଡ଼ିଲେ । ଲୋକ ଜଣକ ଆସୁଥିବା ଦେଖି ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଏବଂ ମୁମୂର୍ଷୁ ଅବସ୍ଥାରେ କୁନି ଝିଅକୁ ଉଦ୍ଧାର କରିଥିଲେ ସଂପୃକ୍ତ ବ୍ୟକ୍ତି । ଏବେ ସୁଦ୍ଧା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି, ୨୫ ବର୍ଷିୟ ଅଙ୍କୁଶ କୁମାରଙ୍କୁ ଗରିଫ କରିଛି ପୋଲିସ ।

ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬(ଏ) ଓ ୫୦୬ ଅନୁସାରେ ମାମାଲା ରୁଜୁ କରାଯାଇଛି । ପୀଡିତାଙ୍କ ବୟସ ୧୨ ବର୍ଷରୁ କମ ହୋଇଥିଲେ ୩୭୬(ଏ) ଧାରା ଅନୁସାରେ ମାମଲା ରୁଜ କରାଯାଏ । ପୋଲିସ ଏବେ ସମ୍ମୂର୍ଣ୍ଣ ମାମଲାର ତଦନ୍ତ କରୁଛି । ଅଭିଯୁକ୍ତକୁ ଏକ ସ୍ଥାନୀୟ ଅଦାଲତାରେ ହାଜର କରାଯାଇଛି, ଆଉ ତା’ପରେ ୩ ଦିନ ପାଇଁ ଏବେ ତାକୁ ପୋଲିସ ହାଜତକୁ ପଠାଯାଇଛି।

Other Stories