୨୫୦ ଟଙ୍କାରେ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: ୨୫୦ ଟଙ୍କାରେ ମିଳିପାରେ କରୋନା ଟିକାର ଗୋଟିଏ ଡୋଜ୍।  ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିପାରେ ସିରମ ଇନଷ୍ଟିଚ୍ୟୁଟ। ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ମିଳିତ ଟିକା କୋଭିସିଲଡର ଜରୁରୀକାଳୀନ ବ୍ୟବହାର ନେଇ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆବେଦନ କରିସାରିଛି।  ଟିକା ବିତରଣ ନେଇ ଖୁବଶୀଘ୍ର କେନ୍ଦ୍ର ସରକାର ସହ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏପରିକି ସରକାର ଏବଂ ସିରମ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାରେ ପହଁଚିଥିବା ଉଭୟ ସରକାର ଏବଂ ସିରମ ପକ୍ଷରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଟିକାର ଗୋଟିଏ ଡୋଜର ମୂଲ୍ୟ ଅଢେଇଶହ ଟଙ୍କା ରହିପାରେ। ଖୁବଶୀଘ୍ର ଟିକାର ୬ କୋଟି ଡୋଜ୍ କିଣାଯିବ ଏବଂ ଜାନୁଆରୀ-ଫେବ୍ରୁଆରୀ ସୁଦ୍ଧା ଟିକାର ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ ବୋଲି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା କହିଛନ୍ତି।

ଅପରପଟେ ବ୍ରିଟେନରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା। ପ୍ରଥମେ ଜଣେ ୯୦ ବର୍ଷର ବୃଦ୍ଧା ମାର୍ଗାରେଟ କିନାନ କୋଭେଣ୍ଟ୍ରି ମେଡିକାଲରେ ଟିକା ନେଇଛନ୍ତି। ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ।

You might also like