ସ୍ପୁଟନିକ୍-ଭି ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉଛି ‘ସେରମ ଇନଷ୍ଟିଚ୍ୟୁଟ୍’

ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା ଉତ୍ପାଦନ ଲାଗି ଡିସିଜିଆଇଙ୍କୁ ଅନୁମତି ମଗାଯାଇଛି ।

ଏହାସହ ସେରମ୍, ଟେଷ୍ଟ ଆନାଲିସିସ୍ ଓ ଟିକା ପରୀକ୍ଷଣ ନିମନ୍ତେ ମଧ୍ୟ ଅନୁମତି ମାଗିଛି ଋଷ ଟିକା । ସ୍ପୁଟନିକ୍ ଭି ଏବେ ଭାରତରେ ଡ. ରେଡ୍ଡି ଲାବୋରୋଟାରୀ ଦ୍ୱାରା ଉତ୍ପାଦନ କରାଯାଉଛି । କିନ୍ତୁ ଆଗକ ସେରମ୍ ଏହାକୁ ଉତ୍ପାଦନ କରିବା ଲାଗି ଡିସିଜିଆଇଙ୍କୁ ପତ୍ର ଲେଖିଛି । ପୂର୍ବରୁ ସେରମ୍ ଭାରତରେ ଆଷ୍ଟ୍ରାଜେନେକାର ଟିକା କୋଭିସିଲ୍ଡ ଉତ୍ପାଦନ କରିଆସୁଛି ।

ଜୁନ୍ ସୁଦ୍ଧା ଦେଶକୁ ଆହୁରି ୧୦ କୋଟି କୋଭିସିଲ୍ଡ ଟିକା ପ୍ରଦାନ ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି । ଏହା ସହ ସେରମ୍ ଅନ୍ୟ ଏକ ଟିକା ନୋଭାଭାକ୍ସ ମଧ୍ୟ ପ୍ରସ୍ତୁତ କରୁଛି । ଯାହା ଏବେ ବ୍ୟବହାର ଅନୁମତି ଅପେକ୍ଷାରେ ରହିଛି । ଟିକା ଉତ୍ପାଦନ ଓ ଏହାର ବ୍ୟବହାର ଉପରେ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଫାଇଜର୍ ଓ ମୋଡର୍ଣ୍ଣା ପରେ ସେରମ୍ ଏବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସେ ଦେଶୀ ହୁଅନ୍ତୁ କି ବିଦେଶୀ, ସବୁ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ଟିକା ଉତ୍ପାଦନ ଓ ବ୍ୟବହାର ଉପରେ ସୁରକ୍ଷା ପ୍ରଦାନ କରିବାକୁ ଅଦାର ପୁନାୱାଲାଙ୍କ କମ୍ପାନୀ ତରଫରୁ କୁହାଯାଇଛି । ସମସ୍ତଙ୍କ ପାଇଁ ଏକକ ନିୟମ କରିବାକୁ ସରକାରଙ୍କ ଆଗରେ ଦାବି ରଖିଛି ସେରମ୍ । ଭାରତରେ ଏବେ ସେରମ୍, ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି ।

You might also like