ଫାଇଜର ପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା କୋଭାସିଲ୍‌ଡ

ନୂଆଦିଲ୍ଲୀ: କୋଭିସିଲ୍‌ଡର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ DCGIର ଅନୁମତି ମାଗିଛି । ଫାଇଜର୍ ପରେ କୋଭିସିଲ୍‌ଡ ଏପରି ଜରୁରୀ କାଳୀନ ଅନୁମତି ମାଗିବାରେ ଦ୍ୱିତୀୟ ଟିକା ସଂସ୍ଥା । ଅକ୍ସଫୋର୍ଡ ୟୁନିଭର୍ସିଟି ଓ ବ୍ରିଟେନର ଔଷଧ କମ୍ପାନି ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏହି ଟିକା ଭାରତରେ ତିଆରି ହେଉଛି ।

ପୁଣେରେ ଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ କୁହାଯାଇଛି, କୋଭିସିଲଡ ସୁରକ୍ଷିତ ଅଟେ ଏବଂ କରୋନା ରୋକିବାକୁ ଏହି ଟିକା ବ୍ୟବହାର କରାଯାଇପାରିବ । ରିସ୍କ ଅପେକ୍ଷା କରୋନା ରୋକିବାରେ ଏହାର ଉପାଦେୟତା ଅଧିକ ।କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଭାରତରେ ହୋଇଛି । ୟୁକେ ଓ ବ୍ରାଜିଲ୍‌ରେ ମଧ୍ୟ ଏହା ପରୀକ୍ଷା ହୋଇଛି।

କୋଭିସିଲ୍‌ଡ ନେବା ପରେ ଚେନ୍ନାଇର ଜଣେ ବ୍ୟକ୍ତି ଅସୁସ୍ଥ ହୋଇଥିବା କୁହାଯାଇଥିଲା । ଏପରିକି ତାଙ୍କର ସ୍ମରଣ ଶକ୍ତି ହ୍ରାସ ଓ ସାଧାରଣ ବ୍ୟବହାରରେ ପରିବର୍ତ୍ତନ ହେବା ଦେଖା ଯାଇଥିଲା । ତା ସତ୍ତ୍ୱେ ଅଭିଯୋଗକୁ ନିରପେକ୍ଷ ଭାବେ ବିଚାର କରି କୋଭିସିଲ୍‌ଡ ଟିକା ସୁରକ୍ଷିତ ଥିବା କହିଥିଲା ସେରମ୍ ଇନ୍‌ଷ୍ଟିଚ୍ୟୁଟ ।

ପରୀକ୍ଷଣର ସବୁ ଡାଟା ସେଫ୍ଟି ମନିଟରିଂ ବୋର୍ଡ, ଏଥିକ୍ସ କମିଟି ନିରପେକ୍ଷ ଭାବେ ବିଚାର କରିବା ପରେ ଏହି ନିଷ୍ପତ୍ତି ନିଆଯାଯାଇଥିବା ସେରମ୍ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି,  ଏହା ପୂର୍ବରୁ  ଭାରତରେ କରୋନା ଟିକା ବିକ୍ରି ପାଇଁ DCGI ଠାରୁ ଜରୁରୀକାଳୀନ ଅନୁମୋଦନ ଲୋଡ଼ିଛି ଫାଇଜର୍। ଆମେରିକୀୟ କଂପାନୀ ଫାଇଜର୍ ଓ ଜର୍ମାନ୍ କଂପାନୀ ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ ଭ୍ୟାକ୍ସିନର ସମୂହ ଟିକାକରଣ ଖୁବଶୀଘ୍ର ୟୁକେ ଓ ବାହାରିନରେ ହେବାକୁ ଯାଉଛି। ଭାରତୀୟଙ୍କ ଠାରେ ଏହାର ଟ୍ରାଏଲ୍ ହୋଇନଥିଲେ ମଧ୍ୟ, ବିଦେଶରେ ହୋଇଥିବା ପରୀକ୍ଷଣ ରିପୋର୍ଟକୁ DCGIଙ୍କ ଠାରେ ଏହାକୁ ଅନୁମତି ଦେବାର କ୍ଷମତା ରହିଛି।

ଆହୁରି ପଢନ୍ତୁ: ଅନୁମତି ଅପେକ୍ଷାରେ ଫାଇଜର, ଶୀତଳୀକରଣ ବ୍ୟବସ୍ଥା ବଡ଼ ସମସ୍ୟା

 

You might also like