ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ
ନିଆଁରେ ପୋଡ଼ି ୫ ମୃତ
ମୁମ୍ବାଇ(ସୁରେଶ ଦାଶ): ସେରମ ଅଗ୍ନିକାଣ୍ଡ ଘଟଣାରେ ୫ ମୃତ। ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି। କେବଳ ଏତିକି ନୁହେଁ ନିଆଁରେ ପୋଡ଼ି ପ୍ରାଣ ହରାଇଥିବା କଥାକୁ ସ୍ୱୀକାର କଲେ ସେରମ ସିଇଓ।
ମହାରାଷ୍ଟ୍ର ପୁନେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଥିବା ଘଟିଥିଲା । ପୁନେର ମାନ୍ଜରା ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ନୂଆ ବିଲ୍ଡିଂର ଦ୍ୱିତୀୟ ମହଲାରେ ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ୧୫ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଟିିକା ପ୍ରସ୍ତୁତ କରୁଛି। ଏହି ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ କରୋନା ଟିକା ହେଉଛି କୋଭିସିଲ୍ଡ। ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ଥିବା ୩ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି।
ସୂଚନାଥାଉ କି, ଏହି କ୍ୟାମ୍ପସର ଗେଟ୍ ନଂ ୩,୪ ଓ ୫ର ପୁରୁଣା ବିଲ୍ଡିଂରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ ହେଉଛି। ତେଣୁ କୋଭିସିଲ୍ଡ ପୁରାପୂରି ସୁରକ୍ଷିତ ଅଛି। ତେବେ ନିଆଁ ଲାଗିଥିବା ନୂଆ ବିଲ୍ଡିଂରେ BCG ଟିକା ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଛି।
ଏ ସମ୍ପର୍କରେ ଅଧିକ ଖବର ଜାଣିବା ଲାଗି ଦେଖନ୍ତୁ OTV YOUTUBE LIVE…