ଖୋଲା ବଜାରରେ ମିଳିବ କରୋନା ଟିକା, ଜାଣନ୍ତୁ ମୂଲ୍ୟ କେତେ

ନୂଆଦିଲ୍ଲୀ: ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ ଟିକା ଦର କମ ଥିବା ସେ କହିଛନ୍ତି। ଆମେରିକାରେ ୧୫ଶହ, ରୁଷ୍ ଓ ଚୀନରେ ୭୫୦ ଟଙ୍କା ରହିଛି।

ଟିକାକରଣ ଗତିଶୀଳ କରିବାକୁ ନୂଆ ନିୟମ କରିଛି କେନ୍ଦ୍ର। ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଟିକା ଦେବାକୁ କେନ୍ଦ୍ର କହିଛି। ରାଜ୍ୟ ଓ ଘରୋଇ ହସ୍ପିଟାଲକୁ ୫୦% ଟିକା ଦେଇପାରିବେ ଟିକା ଉତ୍ପାଦକ। ମେ ୧ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେଇପାରିବେ।

କରୋନା ଟିକା କୋଭାକ୍ସିନ ସଂପର୍କରେ ICMRର ବଡ଼ ସୂଚନା ଦେଇଛି। କୋଭିଡ଼ର ନୂଆ ଭ୍ୟାରିଏଣ୍ଟ ପ୍ରତି କୋଭାକ୍ସିନ ଅଧିକ ଫଳପ୍ରଦ। ଡବଲ ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ କୋଭାକ୍ସିନ ବେଶୀ ସମର୍ଥ।ଗବେଷଣାରୁ କୋଭାକ୍ସିନ ଅଧିକ ସମର୍ଥ ଜଣାପଡ଼ିଥିବା ICMR କହିଛି।

You might also like