ତିନି ରାତିରେ ତିନି ହତ୍ୟା; କାହିଁକି ଜଣକ ପରେ ଜଣକୁ ହତ୍ୟା କରୁଥିଲା ଏହି ଭୟଙ୍କର ଅପରାଧୀ ?
ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍କୋ ଚୌକ ଦିଲ୍ଲୀରୁ ଗିରଫ କରିଛି ପୋଲିସ।
କେମିତି ଥିଲା ବୀଭତ୍ସ ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ
ସିରିୟଲର କିଲରଙ୍କ ହୃଦୟ ଭାରି କଠିନ ! ମଣିଷ ମାରିବାରେ ତାଙ୍କ ହାତ ଥରେନି ! କିନ୍ତୁ ପୋଲିସ ଜାଲରେ ପଡ଼ିବା ପରେ ଝାଳନାଳ ହେବା ସହ କୃତକର୍ମର ଫଳ ଭୋଗିବା ସାର ହୁଏ। ହତ୍ୟା ଅଭିଯୁକ୍ତର ଘର ଗୁରୁଗ୍ରାମ ଥାନା ଅଧୀନ ପେହଚାନ ବିହାରରେ। ପୋଲିସ ସୂତ୍ର ଅନୁସାରେ ପାରିବାରିକ ଅଶାନ୍ତିରୁ ମାନସିକ ଚାପ ବଢ଼ିବା ଏବଂ ପ୍ରତିଶୋଧପରାୟଣତା ହିଁ ହତ୍ୟାକାଣ୍ଡର ମୂଳ କାରଣ ହୋଇଛି। ସେ ତିନିଟି ଯାକ ହତ୍ୟାକାଣ୍ଡ ଧାରୁଆ ଅସ୍ତ୍ରରେ କରିଛି।
ପ୍ରଥମ ମର୍ଡର- ଗତ ନଭେମ୍ବର ୨୩ ତାରିଖ ବିଳମ୍ବିତ ରାତିରେ ଲେଜର ଭେଲି ପାର୍କ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ।
ଦ୍ୱିତୀୟ ମର୍ଡର- ତା ପରଦିନ ଅର୍ଥାତ ୨୪ ତାରିଖ ଗୁରୁଗ୍ରାମ ସେକ୍ଟର ୪୦ ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲା ଅଭିଯୁକ୍ତ, ସିକ୍ୟୁରିଟି ଗାର୍ଡଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରିଦେଲା।
ତୃତୀୟ ମର୍ଡର- ପୁଣି ୨୫ ତାରିଖରେ ବିଳମ୍ବିତ ରାତିରେ ଗୁରୁଗ୍ରାମ ସେକ୍ଟର ୪୭ରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ। ମୃତ ଯୁବକ ଜଣକ ହେଲେ ୨୬ ବର୍ଷୀୟ ରାକେଶ କୁମାର।
ଅଭିଯୁକ୍ତକୁ ଧରିବାକୁ କେତେ କସରତ କରିଛି କ୍ରାଇମବ୍ରାଞ୍ଚ
ଏଭଳି ସିରିୟଲ କିଲରକୁ ଧରିବା ପାଇଁ ପାଲମ ବିହାର କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଲାଗିଥିବା ୨୫୦ରୁ ୩୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ତଥାପି ବି କୌଣସି ଠୋସ୍ ପ୍ରମାଣ ପାଇପାରିଲା ନାହିଁ। ସଂଖାଧିକ ଲୋକଙ୍କୁ ପଚରାଉଚରା ଏବଂ ହତ୍ୟାର ଶିକାର ହୋଇଥିବା ସଂପର୍କୀୟଙ୍କ ବୟାନ ଅନୁସାରେ ଶେଷରେ ଦିଲ୍ଲୀ ଇଫକୋ ଚୌକରୁ ଗିରଫ କରିବାରେ ସଫଳ ହେଲା କ୍ରାଇମବ୍ରାଞ୍ଚ। ଏବେ ସେହି ସିରିୟଲ କିଲରକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ଆଗରୁ ଏମିତି ଆଉ ମର୍ଡର କରିଛି କି ନାହିଁ, ତାର ମାନିସକ ସ୍ଥିତି ପରଖି ବନ୍ଧୁ ପରିଜନ ତଥା ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ଅଧିକ ଛାନଭିନ୍ କରୁଛି। ପୂର୍ବରୁ ଏହି ୨୨ ବର୍ଷୀୟ ସିରିୟର କିଲର ଉତ୍ତରପ୍ରଦେଶରେ ରହୁଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ହତ୍ୟାକରି କଟାମୁଣ୍ଡକୁ ରାସ୍ତାରେ ଧରି ବୁଲିବାର ଅଭିଯୋଗ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ତେବେ ପୋଲିସର କହିବାନୁସାରେ ମହମ୍ମଦ ରାଜୀ ବିହାର, ଦିଲ୍ଲୀ ଓ ଗୁରୁଗ୍ରାମରେ ପାଖାପାଖି ୧୦ ଜଣଙ୍କୁ ହତ୍ୟା କରିଥାଇପାରେ। ଏହାର ତଦନ୍ତ ଜାରି ରହିଛି।
ହତ୍ୟାକାଣ୍ଡର ଆଶ୍ଚର୍ଯ୍ୟକର କାରଣ କହିଲା ଅପରାଧୀ
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ମହମ୍ମଦ ରାଜୀକୁ ହତ୍ୟାକାଣ୍ଡ ସମ୍ପର୍କରେ ପଚାରିବା ପରେ ସେ ଆଶ୍ଚର୍ଯ୍ୟ କରିଦେଲା ଭଳି ମନ୍ତବ୍ୟ ଦେଇଛି। ରାଜି କହିଛି, ଅପରାଧ କରିବାକୁ ସେ କୁଆଡ଼େ ପ୍ରତିଶ୍ରୁତିବଦ୍ଧ। ଅପରାଧକୁ ସେ ଉପଭୋଗ କରେ। ଏବଂ ସେ ଦୁନିଆକୁ ଦେଖାଇ ଦେବାକୁ ଚାହେଁ ଯେ ସେ କଣ କରିପାରେ ? ପୋଲିସର ସୂଚନା ଅନୁସାରେ ମନରେ ନରହତ୍ୟାର ଯୋଜନା କରି ଅଭିଯୁକ୍ତ ପ୍ରଥମେ ଲୋକଙ୍କୁ ମଦ ପିଆଇବାର ଲୋଭ ଦେଖାଏ, ତା ପରେ ଛୁରି ଭୁସି ନୃଶଂସ ଭାବେ ଲୋକଙ୍କୁ ହତ୍ୟା କରିଥାଏ। କାଜୀ କହିବାନୁସାରେ, ସମସ୍ତେ ତାକୁ ଦୁର୍ବଳ କହିବା ସହିତ ଭବିଷ୍ୟତରେ ସେ କିଛି କରିପାରିବ ନାହିଁ ବୋଲି କହି ଥଟା କରନ୍ତି। ପିଲାବେଳୁ ତାକୁ ସମସ୍ତେ କାହିଁକି ଏମିତି କହନ୍ତି ସେ ବୁଝିପାରେ ନାହିଁ। ତେଣୁ ସେ କଣ କରିପାରେ ଦୁନିଆକୁ ଦେଖାଇବାକୁ ଚାହୁଁଥିଲା ବୋଲି ରାଜୀ କହିଛି। ତେବେ ବୋଲିସର ସଚନ
ତେବେ ପ୍ରଶ୍ନ ଉଠୁଛି- ମଣିଷ ଏତେ ହିଂସ୍ର ହୁଏ କାହିଁକି ଆଉ ଅମାନୁଷିକ, ବୀଭତ୍ସ ହତ୍ୟାକାଣ୍ଡର ମାନସିକତା ସମାଜରୁ ଦୂର ହେବ କେବେ ?