ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଓଲ୍ ଶାନ୍ତି ପୁରସ୍କାର 

‘ନମାମୀ ଗଙ୍ଗା’ ପ୍ରୋଜେକ୍ଟକୁ ଗଲା ପୁରସ୍କାର ରାଶି

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ଉନ୍ନତି ନିମନ୍ତେ ସକ୍ରିୟ ଯୋଗଦାନ ସହ ବିଶ୍ୱ ଦରବାରରେ  ଅନ୍ୟ ଦେଶ ସହ ସୁ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୪ତମ ସିଓଲ୍ ଶାନ୍ତି ପୁରସ୍କାର ଉତ୍ସବରେ ୨୦୧୮ ମସିହା ପାଇଁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ସିଓଲ୍ ଶାନ୍ତି କମିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବା ପାଇଁ ବାଛିଥିଲା । ଦକ୍ଷିଣ କୋରିଆ ଗସ୍ତରେ ଥିବା ମୋଦି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହାପରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଅଧିକ ଦୃଢ ହେବ ବୋଲି କୁହାଯାଉଛି।  ଏହି ପୁରସ୍କାର ମୋର ନୁହେଁ, ଭାରତବାସୀଙ୍କର ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଏହି ପୁରସ୍କାର ମାଧ୍ୟମରେ ମିଳିଥିବା ରାଶିକୁ ମୋଦି ନମାମୀ ଗଙ୍ଗା ପ୍ରୋଜେକ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ମୋଦି ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଛନ୍ତି।

You might also like