ଏକଜିଟ୍‌ ପୋଲ୍‌ର ଆକଳନ ପରେ ଶେଆର୍‌ ମାର୍କେଟ୍‌ରେ ଉତ୍ସାହ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ଶେଆର୍‌ ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳିବା ନେଇ ଭବିଷ୍ୟବାଣୀ ହେବା ପରେ ମାର୍କେଟ୍‌ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରାୟ ସବୁ ଗଣମାଧ୍ୟମର ଏକଜିଟ୍‌ ପୋଲ୍‌ ଆକଳନ କରିଛି। 

ଆଜି ଶେଆର୍‌ ମାର୍କେଟ୍‌ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensex ରେ ଉତ୍ସାହ ଜନକ ରହିଛି। Sensex ପ୍ରଥମ ସେସନ୍‌ରେ ୯୬୨ ପଏଣ୍ଟ୍‌ ବୃଦ୍ଧି ପାଇଛି।  ସେହିପରି Nifty ମଧ୍ୟ ୨୦୩ ପଏଣ୍ଟ ବୃଦ୍ଧିରୁ କାରବାର ଆରମ୍ଭ କରିଛି।

ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।  ୟୁଏସ୍ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯ ପଇସା ବୃଦ୍ଧି ପାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଏକ୍‌ଜିଟ୍ ପୋଲର ପୂର୍ବାନୁମାନ ; ପୁଣି କ୍ଷମତାକୁ ଫେରିବ ମୋଦି ସରକାର

You might also like