କରୋନା ପାଇଁ ଶେଆର୍‌ ମାର୍କେଟ୍‌ରେ ମାନ୍ଦାବସ୍ଥା

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ଶେଆର୍‌ ମାର୍କେଟ୍‌ରେ କାରବାର ଆରମ୍ଭରୁ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କରୋନା ଯୋଗୁ ଶେଆର୍‌ ମାର୍କେଟରେ କାରବାର ପ୍ରଭାବିତ ହୋଇଛି।

ଆଜି କାରବାର ଆରମ୍ଭରୁ ସେନ୍‌ସେକ୍ସ ୧୬୦୦ ପଏଣ୍ଟ ତଳକୁ ଖସି ଥିବାବେଳେ ନିଫ୍ଟି ୯୬୦୦ ପଏଣ୍ଟ ତଳକୁ ଖସିଥିଲା। ଫଳରେ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଛି।

ସୂଚନାଥାଉ କି, ଶୁକ୍ରବାର ଦିନ ମଧ୍ୟ ଷ୍ଟକ୍‌ ମାର୍କେଟ୍‌ରେ କାରବାର ହ୍ରାସ ପାଇଥିଲା। କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୩ ହଜାରୁ ଅଧିକ ପଏଣ୍ଟ ଖସି ଆସିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୯ହଜାର ତଳକୁ ଖସିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ୪୫ ମିନିଟ୍ ପାଇଁ କାରବାର ବନ୍ଦ ରହିଥିଲା। କିଛି ସମୟ ପରେ ଷ୍ଟକ୍‌ ମାର୍କେଟରେ ସୁଧାର ଆସିଥିଲା ଓ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୨ହଜାର ପଏଣ୍ଟ ବୃଦ୍ଧି ପାଇଥିଲା।

 

You might also like