ଶେୟାର୍‌ ମାର୍କେଟ୍‌କୁ ନିର୍ବାଚନ ଫଳାଫଳ ଝଟ୍‌କା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଶେୟାର ମାର୍କେଟ୍‌ରେ ନିରାଶ ଦେଖିବାକୁ ମିଳିଛି।

ଆଜି ସକାଳୁ ସକାଳୁ କାରବାର ଆରମ୍ଭରେ BSE Sensex ୩୫,୨୦୪.୬୬ ଓ ଏନ୍‌ଏସ୍‌ଇର Nifty50 ବାରୋମିଟର୍‌ ୧୦,୫୦୮.୭୦ ଥିଲା। ତେବେ କ୍ଲୋଜିଂ ଲେଭେଲ୍‌ ସମୟରେ BSE Sensex ୩୫,୬୭୩.୨୫ ଓ Nifty50 ୧୦୬୯୩ରେ ପହଞ୍ଚି ଥିଲା। ସକାଳ ୯ଟା ୫୫ ମିନିଟ୍‌ ସମୟରେ ୩୦ ଶେୟାର୍‌ Sensex ୬୪୯.୨୭ ପଏଣ୍ଟ୍‌ ହ୍ରାସ ପାଇ ୩୫,୦୨୩.୯୮ରେ ପହଞ୍ଚି ଥିଲା। ସେହିପରି Nifty50 ୧୯୫.୬୦ ପଏଣ୍ଟ୍‌ ହ୍ରାସ ପାଇ ୧୦,୪୯୮.୧୦ରେ ପହଞ୍ଚିଥିଲା।

Indiabulls Housing Finance,  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଦାନୀ ପୋଟର୍ସ, Bajaj Finser ଓ ମହିନ୍ଦ୍ରା ଏଣ୍ଡ୍‌ ମହିନ୍ଦ୍ରାର ଶେୟାର ମୂଲ୍ୟ ଆଶାତୀତ ହ୍ରାସ ପାଇଥିବା ଜଣାପଡ଼ିଛି।

ତୈଳ ରପ୍ତାନୀକୁ ନେଇ ଆମେରିକା-ଚୀନ୍ ମଧ୍ୟରେ ବିବାଦ, କାନାଡରେ Huawei କମ୍ପାନୀର ସିଏଫ୍ଓଙ୍କୁ ଗିରଫ ଓ ଭାରତରେ ବିଧାନସଭା ନିର୍ବାଚନ ବଜାରକୁ ଶେୟାର୍‌ ମାର୍କେଟ୍‌କୁ ପ୍ରଭାବିତ କରିଥିବା ମାର୍କେଟ ଏକ୍ସପର୍ଟ କହିଛନ୍ତି।

You might also like