କରୋନାରେ ଆଖି ବୁଜିଲେ ଆଉ ଜଣେ ବରିଷ୍ଠ ସାମ୍ବାଦିକ ଶେଷ ନାରାୟଣ ସିଂହ

ନୂଆଦିଲ୍ଲୀ: ବରିଷ୍ଠ ପତ୍ରକାର ଶେଷ ନାରାୟଣ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଏହା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ । ବରିଷ୍ଠ ପତ୍ରକାରଙ୍କ ନିଧନ ପରେ ଦେଶରେ ନେତା, ପତ୍ରକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଟୁଇଟ କରି ଗଭୀର ସମ୍ବେଦନା ଜଣାଇଛନ୍ତି । ନାରାୟଣ ସିଂଙ୍କ ବିୟୋଗ ପତ୍ରକାରିତା ଜଗତ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରାୟଣ ସିଂହଙ୍କ ନିଧନରେ ଟୁଇଟ କରି କହିଛନ୍ତି, ବରିଷ୍ଠ ପତ୍ରକାର ନାରାୟଣ ସିଂହଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସାମ୍ବାଦିକତା ଜଗତ ପ୍ରତି ତାଙ୍କର ମହତପୂର୍ଣ୍ଣ ଅବଦାନ ପାଇଁ ସବୁବେଳେ ମନେ ରହିବେ । ଏପରି ଦୁଃଖଦ ସମୟରେ ତାଙ୍କ ପରିବାର ଲୋକଙ୍କ ପାଇଁ ଗଭୀର ସମବେଦନା । ଓମ୍‌ ଶାନ୍ତି ।’

ସେହିପରି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଲେଖିଛନ୍ତି, ପ୍ରଖ୍ୟାତ ପତ୍ରକାର ତଥା କଲମିଷ୍ଟ ନରାୟଣ ସିଂଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଖବର । ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ଗଭୀର ସମ୍ବେଦନ । ଈଶ୍‌:ର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’


ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଟୁଇଟ କରି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରକଟ କରି ନାରାୟଣ ସିଂହଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଖବର ବୋଲି କହିଛନ୍ତି ।
ସୂଚନାଥାଉ କି, କରୋନରେ ଅନେକ ସାମ୍ବାଦିକ ଜୀବନ ହାରିଲେଣି । ଏହା ପୂର୍ବରୁ

ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଆଜ ତକ୍‌ର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କର ପରଲୋକ ହୋଇଯାଇଛି ।

You might also like