ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ଜଣେ ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ (ଏସିପି) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ରାଷ୍ଟ୍ରପତି ଭବନରେ ମୁତୟନ ହୋଇଥିବା ଅଧିକାଂଶ ପୁଲିସ କର୍ମଚାରୀ ଓ ଅନେକ ଷ୍ଟାଫଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ରାଷ୍ଟ୍ରପତି ଭବନ ବିଲ୍ଡିଂରେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି

ସୂଚନାଥାଉ କି, ଗତମାସରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ପରିସରରେ ରହୁଥିବା ୧୧୫ଟି ପରିବାରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିଲା

You might also like