ପୂର୍ବତନ ନୌସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ୬ ଶିବସେନା କର୍ମୀଙ୍କୁ ଗିରଫ ପରେ ପରେ ମିଳିଲା ଜାମିନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଜଡ଼ିତ ଏକ ଭାଇରାଲ କାର୍ଟୁନକୁ ନେଇ ମୁମ୍ବାଇରେ ଜଣେ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଗତକାଲି ରାତିରେ ୧୦ରୁ ୧୫ ଜଣ ଲୋକ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତିମାନେ ଶିବସେନାର ବୋଲି ଅଭିଯୋଗ ହୋଇଛି । ପୋଲିସ ଗତକାଲି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫର ୨୪ ଘଣ୍ଟା ମଧ୍ୟରେ ଜାମିନ ମିଳି ଯାଇଛି । ୫ ହଜାର ଟଙ୍କା ମୁଚାଲିକାରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳି ଥିବା ଜଣାଯାଇଛି । ମୁମ୍ବାଇରେ ଉଦ୍ଧବ ସରକାର କିପରି ଗୁଣ୍ଡାରାଜ ଚଳାଇଛି ଏବଂ ଗୁଣ୍ଡାମାନଙ୍କୁ କିପରି ସମର୍ଥନ ଦେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଥିବା ଏହି ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ନୌସେନା ପୂର୍ବ ଅଧିକାରୀ ମଦନ ଶର୍ମାଙ୍କ ଉପରେ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ସମତା ନଗର ପୋଲିସ ଶିବସେନାର ୨ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଶିବସେନା ଶାଖା ପ୍ରମୁଖ କମଳେଶ କଦମ ଅଛନ୍ତି । ଏହାବ୍ୟତୀତ ଶିବସେନାର ଅନ୍ୟଜଣେ କର୍ମକର୍ତ୍ତା ସଞ୍ଜୟ ମାଞ୍ଜରେଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
କିନ୍ତୁ ସେମାନଙ୍କୁ ଆଜି ଜାମିନରେ ଛାଡ଼ି ଦିଆଯାଇଛି । ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମଦନ ଶର୍ମାଙ୍କ ଝିଅ ସନ୍ନି ଶର୍ମାଙ୍କ କହିବା ଅନୁଯାୟୀ, ଆମେ ମହାରାଷ୍ଟ୍ରରେ ନିଜକୁ ଅସୁରକ୍ଷିତ ମନେ କରୁଛୁ । ମହରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ୍‌ । ନହେଲେ ପୁଣି ଥରେ ନିର୍ବାଚନ ହେବା ଦରକାର । କାରଣ ଏ ସରକାର ଜଣେ ପୂର୍ବତନ ସେନା ଅଫିସରଙ୍କୁ ଏପରି କରୁଛନ୍ତି ମାନେ ଏଠାରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇତି ମଧ୍ୟରେ ମଦନ ଶର୍ମାଙ୍କ ସମର୍ଥନରେ ପୂର୍ବତନ ସେନା ସଂଗଠନ ‘କ୍ରାନ୍ତି ଫେଡେରେଶନ’ ସାମ୍ନାକୁ ଆସିଛି । ଗୁଣ୍ଡାଙ୍କ ଆକ୍ରମଣରେ ଆହତ ମଦନ ଶର୍ମା ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଫେଡେରେଶନର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ମଦନ ଶର୍ମାଙ୍କୁ ଭେଟି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌‌ରେଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ଫେଡେରେସନର କର୍ମକର୍ତ୍ତାମାନେ କହିଛନ୍ତି, ଆମେ ଏହି ଲୋକଙ୍କୁ ଜବାବ ଦେଇ ଜାଣୁ । କିନ୍ତୁ ଆଇନକୁ ଆମେ ହାତକୁ ନେବାକୁ ଚାହୁଁନୁ । ରାଜନୀତିକୁ ପୂର୍ବ ସୈନିକଙ୍କୁ ନ ଟାଣନ୍ତୁ ।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like