ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମହାରାଷ୍ଟ୍ରରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ପାଇଁ ସେ ସିଧାସଳଖ ଶିବସେନାକୁ ହିଁ ଦାୟୀ କରିଛନ୍ତି।

ସେହିପରି ମହାରାଷ୍ଟ୍ରରେ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ କେନ୍ଦ୍ରର ହାତ ଥିବା ନେଇ ବିରୋଧୀ କରୁଥିବା ଅଭିଯୋଗର ଜବାବ ମଧ୍ୟ ଶ୍ରୀ ଶାହ ଦେଇଛନ୍ତି। ଏଥିସହ ସେ ମହାରାଷ୍ଟ୍ରରେ ମେଣ୍ଟ ଭାଙ୍ଗିବା ପାଇଁ ସେ ଶିବସେନାକୁ ହିଁ ଦାୟୀ କରିଛନ୍ତି। ଶିବସେନା ଫଳାଫଳ ପରେ କରୁଥିବା ଦାବି ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଶାହ କହିବାକୁ ପଛାଇ ନାହାନ୍ତି।

ସେ କହିଛନ୍ତି, “ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଁ ନିୟମିତ ଭାବେ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି କହି ଆସିଛୁ। ଏକାଧିକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ଆମେ କହିଥିଲୁ ଯେ ଆମ ମେଣ୍ଟ(ବିଜେପି-ଶିବସେନା) ଜିତିଲେ ଫଡନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ। ସେତେବେଳେ କେହି ଏହାକୁ ବିରୋଧ କରି ନଥିଲେ।

ଏବେ ସେମାନେ ନୂଆ ଦାବି କରିବା ଆରମ୍ଭ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ।” ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସମ୍ପର୍କରେ ସେ କହିଛନ୍ତି, “ଭାରତର କୌଣସି ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ଏତେ ସମୟ ମିଳିବାର ନଜିର ନଥିଲା।

ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ସମସ୍ତଙ୍କୁ ସରକାର ଗଠନ ପାଇଁ ୧୮ ଦିନର ସମୟ ଦିଆଯାଇଥିଲା। ରାଜ୍ୟପାଳ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରିବା ପରେ ଗୋଟିଏ ପରେ ଗୋଟିଏ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଶିବସେନା କିମ୍ବା କଂଗ୍ରେସ-ଏନସିପି ମେଣ୍ଟ କେହି ବି ସରକାର ଗଠନ କରିବାକୁ ଦାବି ଜଣାଇଲେ ନାହିଁ। ଆମେ ମଧ୍ୟ ସରକାର ଗଠନ କରିବାକୁ ଅନିଚ୍ଛା ପ୍ରକାଶ କଲୁ।

ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କଲେ। ଏହାକୁ ନେଇ ବିବାଦ କରିବା ଅନୁଚିତ। ଯଦି ଏବେ କୌଣସି ଦଳ ପାଖରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅଛି, ତା’ହେଲେ ସେମାନେ ରାଜ୍ୟପାଳଙ୍କ ପାଖକୁ ଯାଇ ସରକାର ଗଠନ ପାଇଁ ଦାବି ଜଣାଇ ପାରିବେ।”

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like