ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ବାକିରେ ବିଳାସପୂର୍ଣ୍ଣ କାର୍‌ କିଣି ବୁଲୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ ଟଙ୍କା ଶୁଝି ପାରୁନାହାନ୍ତି। ଆଉ ଏଥିପାଇଁ ପାକିସ୍ତାନ ପାର୍ଲାମେଣ୍ଟରେ ଆଜି ହଟହଟା ହୋଇଛନ୍ତି।

ଏହି କାର୍‌ ଜାପାନରୁ ରପ୍ତାନୀ କରିଥିଲେ ଶେଖ ରସିଦ୍‌।  ଜାପାନର ବ୍ୟବସାୟୀ ନୁର ଖାନ୍‌ଙ୍କଠାରୁ ୨୨ ଲକ୍ଷ ଟଙ୍କାର ଏହି କାର କିଣିଥିଲେ।  ଏପରିକି ନୁର୍‌ ଖାନ ଜାହାଜରେ ଏହି କାରକୁ ପାକିସ୍ତାନ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ।

ହେଲେ କାର କିଣିବା ପରେ ଟଙ୍କା ଶୁଝି ପାରିଲେନି ଶେଖ ରସିଦ୍ । ଶେଷରେ ଆଜି ପାକିସ୍ତାନର ପାର୍ଲାମେଣ୍ଟରେ  ପହଞ୍ଚି ଯାଇଥିଲେ ନୁର ଖାନ୍‌। ମନ୍ତ୍ରୀଙ୍କୁ ବକୈୟା ଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଠେଲାପେଲା ମଧ୍ୟ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।

ଭାରତ ବିରୋଧରେ ପ୍ରତି କଥାରେ ଜବାବ ରଖୁଥିବା ପାକିସ୍ତାନର ମନ୍ତ୍ରୀ ରସିଦ୍ ଖାନ୍ କ୍ୟାମେରା ସାମ୍ନାରେ ହଟହଟା ହେବା ପରେ ଏବେ  ଲୁଚିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏମିତିକି ପାକ୍ ଗଣମାଧ୍ୟମ ଯେତେବେଳେ ଏ ବାବଦରେ ପ୍ରଶ୍ନ କରିଥିଲେ ସେତେବେଳେ ଏ ବାବଦରେ ରସିଦ୍ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଫରଫ୍ରୀଡମ୍ ନାମକ ଟୁଇଟର ଆକାଉଣ୍ଟ ଧାରୀଙ୍କ ପକ୍ଷରୁ ନୂର ଏବଂ ରସିଦଙ୍କ ଭେଟଘାଟର ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରାଯାଇଛି। ଭିଡିଓଟି ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଡନ୍ ଦ୍ୱାରା ରେକର୍ଡିଂ କରାଯାଇଛି ବୋଲି ଜଣାପଡ଼ିଛି।

 

 

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like