ନିଖୋଜ ୭୬ ଜଣଙ୍କୁ ଖୋଜି ଆଣିଥିଲେ ଏଇ ମହିଳା ହେଡ କନ୍‌ଷ୍ଟେବଲ୍‌; ମିଳିଲା ଏମିତି ସମ୍ମାନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍‌ଷ୍ଟେବଲ୍‌ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍‌ଷ୍ଟେବଲ୍‌ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ ରାଜଧାନୀ ଦିଲ୍ଲୀର ସୟମପୁର ପୋଲିସ ଥାନାରେ କାର୍ଯ୍ୟରତ ଏଇ ମହିଳା ହେଡ କନଷ୍ଟେବଲ ସୀମାଙ୍କୁ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ (out-of-turn promotion) ଦିଆଯାଇଛି।

ତାଙ୍କର କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଦେଖି ଉଚ୍ଚ ଅଧିକାରୀମାନେ ତାଙ୍କୁ ଏହି ପ୍ରମୋଶନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଅଢେଇମାସ ମଧ୍ୟରେ ରାତି ଦିନ ଏକାଠି କରି ୭୬ ଜଣଙ୍କୁ ସେ ଖୋଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ନିଖୋଜ ସମସ୍ତଙ୍କ ବୟସ ୫୬ରୁ ୧୪ ବର୍ଷ ମଧ୍ୟରେ।

ଦିଲ୍ଲୀ ପୋଲିସ କମିଶନର ଏନଏନ ଶ୍ରୀବାସ୍ତବ ସୀମା ଢାକାଙ୍କୁ ଏହି out-of-turn promotion ଦେବାକୁ ଘୋଷଣା କରିଥିଲେ। ଦିଲ୍ଲୀ ପୋଲିସର ପ୍ରଥମ କର୍ମଚାରୀଭାବେ ସୀମାଙ୍କୁ ଏହି ସମ୍ମାନ ମିଳିଲା। ଏହି ସମ୍ମାନ ପାଇବା ପରେ ସୀମା ଖୁବ୍‌ ଖୁସି ଅଛନ୍ତି।

ସୀମା କହିଛନ୍ତି, ଏପରି  କାମ ତାଙ୍କ ପାଇଁ ଏକ  ଚ୍ୟାଲେଞ୍ଜ ଥିଲା। ବିଶେଷ କରି ସବୁଠାରୁ ବିପଦପୂର୍ଣ୍ଣ ଥିଲା ପଶ୍ଚିମବଙ୍ଗରୁ ଏକ ନାବାଳକଙ୍କୁ ଖସାଇ ଆଣିବା। ପିଲାଟିକୁ ଆଣିବା ପାଇଁ ସେ ଅକ୍ଟୋବରରେ ପଶ୍ଚିମବଙ୍ଗ ଯାଇଥିଲେ।  ପିଲାଟିର ମା’ ୨ ବର୍ଷ ତଳେ ନିଖୋଜ ଅଭିଯୋଗ ଆଣିଥିଲେ। ହେଲେ ପରେ ସେ ନିଜ ଠିକଣା ଏବଂ ମୋବାଇଲ ନଂ ବଦଳାଇ ଦେଇଥିଲେ। ହେଲେ ସୀମା ଓ ତାଙ୍କ ଟିମ୍‌ ଜାଣିଥିଲେ ପିଲାଟି ପଶ୍ଚିମବଙ୍ଗରେ ଅଛି। ଶେଷରେ ଖୋଜି ଖୋଜି ଏକ ଛୋଟ ଗାଁରୁ ପିଲାଟିକୁ ଉଦ୍ଧାର କରି ଦୁଇ ଦୁଇଟି ଭରା ନଦୀ ପାର କରି ଆଣିଥିଲେ।

ଏହି ଅବସରରେ ସୀମା ନିଜ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି, ଏହି ମିଶନରେ ସେ ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର, ହରିଆଣା ଏବଂ ପଞ୍ଜାବର ପିଲାମାନଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କର ଉପରସ୍ଥ କର୍ମଚାରୀମାନେ ତାଙ୍କୁ ଏଥିପାଇଁ ପ୍ରେରଣା ଦେଇଥିଲେ । ଏହି ପ୍ରମୋଶନ ପାଇବା ପାଇଁ ମୋତେ ମୋର ସିନିୟର୍ସ ଏବଂ ଟିମ୍‌ ମେମ୍ବରମାନେ ବହୁତ ସାହାଯ୍ୟ କରିଥିଲେ।

ସେ ଆହୁରି କହିଥିଲେ-‘ମୁଁ ବି ମା’। ତେଣୁ ମା’ ଭାବେ କେବେ ବି ଚାହିଁବିନି କାହାକୁ ନିଜ ସନ୍ତାନକୁ ହରାଇବାକୁ ପଡ଼ୁ। ତେଣୁ ନିଖୋଜ ପିଲାଙ୍କୁ ଖୋଜିବା ପାଇଁ ୨୪ ଘଣ୍ଟା କରି କରିଛି।

 

 

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like