ଚନ୍ଦ୍ରପୃଷ୍ଠର ଚମକଦାର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଚନ୍ଦ୍ରପୃଷ୍ଠର ଅତି ନିକଟତର ଫଟୋ ରିଲିଜ କରିଛି। ଚମକଦାର ଏହି  ଫଟୋରେ ଚନ୍ଦ୍ରପୃଷ୍ଠକୁ ଅତି ସ୍ପଷ୍ଟ ଭାବରେ ଦେଖି ହେଉଛି। ଏହି ଫଟୋକୁ ଚନ୍ଦ୍ରଯାନ-୨ର Imaging Infrared Spectrometer (IIRS) ଉତ୍ତୋଳନ କରିଛି।

IIRSକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି ଯେ ଏହା ଚନ୍ଦ୍ରପୃଷ୍ଠ ଉପରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟକିରଣ ଓ ଜହ୍ନ ଆଲୋକର ଉତ୍ସର୍ଜ(ଆଲୋକ, ଉତ୍ତାପ ଆଦି) ମାପି ପାରିବ। ଖାଲି ଏତିକି ନୁହେଁ ଚନ୍ଦ୍ରପୃଷ୍ଠରେ ଥିବା ଖଣିଜ ପଦାର୍ଥ ଖୋଜିବାରେ ମଧ୍ୟ IIRS ସାହାଯ୍ୟ କରିବ।

ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ଏହି ଫଟୋ ସାମ୍ନାକୁ ଆସିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ଏହାପୂର୍ବରୁ ଅକ୍ଟୋବର ୪ରେ ଇସ୍ରୋ ଚନ୍ଦ୍ରଯାନ-୨ର ଅର୍ବିଟର ସାହାଯ୍ୟରେ ହାଇ ରିଜୋଲ୍ୟୁସନ୍‌ କ୍ୟାମେରାରେ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରାଯାଇଥିଲା। ଏଥିରେ ଚନ୍ଦ୍ରପୃଷ୍ଠରେ ଥିବା ଛୋଟ, ବଡ଼ ଗାତ ଥିବା ଦେଖିବାକୁ ମିଳିଥିଲା।

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି।

ସେପ୍ଟେମ୍ବର ୧୭ ତାରିଖରେ ନାସାର LRO ଲାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନ ଦେଇ ଗତି କରିଥିଲା। ଏପରିକି ସେଇ ସ୍ଥାନରେ ଫଟୋ ମଧ୍ୟ ଉଠାଇଥିଲା। ହେଲେ ଲାଣ୍ଡରକୁ ଠାବ କରି ପାରି ନ ଥିଲା। ଯେତେବେଳେ ଲାଣ୍ଡର ବିକ୍ରମ ଲାଣ୍ଡିଂ କରିଥିବା ସ୍ଥାନ ଦେଇ ଅର୍ବିଟର ଗତି କରିଥିଲା ସେଇ ସମୟରେ ଅନ୍ଧାର ମାଡ଼ି ଆସିଥିଲା ଓ ଅଧିକାଂଶ ଭାଗ ଛାୟା ଭିତରେ ଲୁଚି ଯାଇଥିଲା। ଏହି ଲୁକ୍‌କାୟତ ଛାୟା ଭିତରେ ଲାଣ୍ଡର ବିକ୍ରମ ରହି ଯାଇଥିବ ବୋଲି ନାସା କହିଥିଲା।

ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like