ସୁରକ୍ଷାକର୍ମୀଙ୍କ ଗୋଲମରିଚ ସ୍ପ୍ରେରେ ପୁଣି ଜଣେ କୃଷ୍ଣକାୟଙ୍କ ମୃତ୍ୟୁ

ନ୍ୟୁୟର୍କ: ପୋଲିସ ହେପାଜତ୍‌ରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କର ମୃତ୍ୟୁକୁ ନେଇ ସାରା ଆମେରିକା ଜଳୁଛି। ଏହି ସମୟରେ ଜମେଲ ଫ୍ଲୟଡ ନାମକ ଆଉ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହରରେ ଏକ ଫେଡେରାଲ ଜେଲ୍‌ରେ ଅଧିକାରୀମାନେ ଜଣେ କଏଦୀଙ୍କ ଉପରକୁ ନିର୍ଦ୍ଦୟ ଭାବେ ପେପର ସ୍ପ୍ରେ (ଗୋଲମରିଚ) କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବ୍ରୁକଲିନ୍‌ର ମେଟ୍ରୋପଲିଟାନ ନିରୋଧକ କେନ୍ଦ୍ରରେ ଜମେଲ ୨୦୧୯ ଅକ୍ଟୋବର ମାସରୁ ବନ୍ଦୀ ଭାବେ ଥିଲେ। ବୁଧବାର ଦିନ ସେ ନିଜ ସେଲ୍‌ର ବ୍ୟାରିକେଟ ଳଗାଇବା ସହ ଲୁହାର ଏକ ରଡ୍‌ରେ ଜେଲର କବାଟର ଖିଡିକି ଭାଙ୍ଗିବାକୁ ଚେଷ୍ଟା କରୁଥିଲା।। ଜେଲ ଅଧିକାରୀ ୩୫ ବର୍ଷୀୟ ଜମେଲଙ୍କୁ କାବୁ କରିବା ପାଇଁ ସ୍ପ୍ରେ କରିଥିଲେ। ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜମେଲ ମଧୁମେହ ଏବଂ ଆସ୍ଥମା ଆକ୍ରାନ୍ତ ଥିଲେ ଏବଂ ଏକଥା ଜେଲ ଅଧିକାରୀ ଜାଣନ୍ତି ବୋଲି ତାଙ୍କ ମା’ କହିଛନ୍ତି।

ସୂଚନାଥାଉ କି, କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଆମେରିକାର ୧୪୦ ସହରରେ ହିଂସା ବ୍ୟାପିଛି। ସାରା ଦେଶ ଅଶାନ୍ତ ହୋଇପଡ଼ିଛି।

You might also like