ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା

ତିନି ଅାତଙ୍କବାଦୀ ନିହତ

ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଅାତଙ୍କବାଦୀମାନେ ଲସ୍କର –ଇ-ତୋଇବା ସଂଗଠନର ବୋଲି ଜଣାପଡିଛି। ସେମାନେ ପାକିସ୍ତାନର ବାସିନ୍ଦା ବୋଲି ପ୍ରମାଣ ମିଳିଛି। ସେପଟେ ଗୁଳି ବିନିମୟରେ ସେନାର ରାଇଫଲ ମ୍ୟାନ୍ ଶିବେ କୁମାର ସହିଦ ହୋଇଛନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶ୍ରଦ୍ଧାଞ୍ଜଳି ଦିଅାଯାଇଛି।

ଜମ୍ମୁ ଓ କାଶ୍ମୀର ସୋପିଅାନ ଜିଲ୍ଲାରେ ପୁଣି ଅାତଙ୍କବାଦୀ ଓ ସେନା ମୁହାଁମୁହିଁ। ସୋପିଅାନସ୍ଥିତ ଲାଡି ଇମାମସାହାବ ଗାଁରେ ଅାତଙ୍କବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି।  ସର୍ଚ୍ଚ ଅପରେସନ ବେଳେ ସେଠାରେ ଲୁଚିରହିଥିବା ଅାତଙ୍କବାଦୀ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏବେ ବି ସେହି ଅଂଚଳରେ ଗୁଳି ବିନିମୟ ଜାରି ରହିଛି।

You might also like