ଅଯୋଧ୍ୟା ଜମି ବିବାଦ ମାମଲାରେ ଶେଷ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଆଜିଠୁ ପୁଣି ଆରମ୍ଭ ହୋଇଛି। ରାମ ଜନ୍ମଭୂମି ଜମି ବିବାଦ ମାମଲାର ଏହି ଶୁଣାଣି ୪ ଦିନ ମଧ୍ୟରେ ଶେଷ ହେବ। ଆଜି ମୁସଲମାନ ପକ୍ଷ ତାଙ୍କର ଯୁକ୍ତି ରଖିଛନ୍ତି। ମୁସ୍‌ଲିମ ପକ୍ଷରୁ ଓକିଲ ରାଜୀବ ଧାବନ ଅଦାଲତ ୱାକଫ୍ ବୋର୍ଡ ଅନୁଯାୟୀ ଫୈସଲା ନେବା ଆବଶ୍ୟକ ବୋଲି ରାଜୀବ କହିଛନ୍ତି। ବିବାଦୀୟ ଜମି ମୁସଲିମ  ପକ୍ଷଙ୍କ କବଜାରେ ଥିଲା ଏବଂ ଏଠାରେ ନିୟମିତ ନମାଜ ପାଠ ହେଉଥିଲା, ଖଣ୍ଡପୀଠ ମୋଲ୍ଡିଂ ଅପ୍‌ ରିଲିଫ ଆଧାରରେ ଯଦି କୌଣସି ଗୋଟିଏ ପକ୍ଷକୁ ଜମିର ମାଲିକାନା ହକ୍  ଦିଅନ୍ତି ତେବେ ଏହା ମୁସଲିମ ପକ୍ଷରେ ଯିବା ଆବଶ୍ୟକ ବୋଲି ରାଜୀବ ଧାୱନ ଯୁକ୍ତି ବାଢ଼ିଥିଲେ।

ପୂର୍ବରୁ ବିବାଦୀୟ ସ୍ଥଳରେ ହିନ୍ଦୁ ପକ୍ଷରେ କେବେବି କବଜା ନଥିଲା, କେବଳ ପୂଜା ପାଇଁ ଅଧିକାର ମିଳିଥିଲା ବୋଲି ମୁସଲିମ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ। ମୁସଲିମ ପକ୍ଷର ଶୁଣାଣି ପରେ ୨ ଦିନ ପାଇଁ ହିନ୍ଦୁ ସମାଜ ନିଜର ଯୁକ୍ତି ଉପସ୍ଥାପନ କରିବେ। ଅକ୍ଟୋବର ୧୬ ଓ ୧୭ରେ ତର୍ଜମା କରାଯିବ।

ଏହା ପୂର୍ବରୁ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ପର୍ବପର୍ବାଣି ଚାଲୁଥିବାରୁ କୋର୍ଟ ରାୟ ଆସିବା ସହ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଥିବା କୁହାଯାଉଛି।

ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୭କୁ ଶେଷ ଦିନ ଧାର୍ଯ୍ୟ କରିଥିବାରୁ, ଏବେ ତାହା ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ମଧ୍ୟସ୍ଥ ମାଧ୍ୟମରେ ସମାଧାନର ରାସ୍ତା ନ ମିଳିବାରୁ ଅଗଷ୍ଟ ୬ରୁ ଦୈନିକ ଶୁଣାଣି କରାଯାଉଛି।

You might also like