ଅଲଗା-ଅଲଗା ସମୟରେ ଆସି ଘାଇଲା କରିବ କରୋନା: ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଥିବା ବେଳେ ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆହୁରି ରୂପ ବଦଳାଇ ପାରେ କରୋନା । କରୋନା ଭାଇରସ୍‌ର ଦ୍ୱିତୀୟ ଲହର, ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ, କେଉଁଠି ବି କେତେବେଳେ ସାମ୍ନାକୁ ଆସିପାରେ । AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗୁରୁବାର ଏହି ସୂଚନା ଦେଇଛନ୍ତି । ଗୁଲେରିଆ କହିଛନ୍ତି ଯେ ଏହି ଭାଇରସ୍ ମ୍ୟୁଟେସନ୍ ବିକାଶ କରିବ, ଯାହାକି କରୋନା ଭାଇରସ୍‌ ବିକାଶର ଏକ ଅଂଶ। ମହାରାଷ୍ଟ୍ର ଭଳି ପଶ୍ଚିମ ଭାରତରେ କରୋନା ସଂକ୍ରମଣ ମାମଲା ହ୍ରାସ ଘଟୁଥିବା ଦେଖାଯାଇଛି ।

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆହୁରି କହିଛନ୍ତି ଯେ, ଉତ୍ତର ଏବଂ ମଧ୍ୟ ଭାରତ କଥା ଯଦି ଦେଖିବା, ତେବେ ଏଠାରେ ମଧ୍ୟ ଆଗାମୀ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ହେବାରେ ଲାଗିବ। ତେବେ  ସବୁଠାରୁ ବଡ଼ କଥା ହେଲା ଯେତେବେଳେ ଦେଶର ଉତ୍ତର-ପୂର୍ବ ଏବଂ ପଶ୍ଚିମବଙ୍ଗରେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ବନ୍ଦ ହେବ, ସେତେବେଳେ ଜାଣିବା ଯେ, ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଏହା ଏହି ମାସର ଶେଷ ଆଡ଼କୁ କିମ୍ବା ପରବର୍ତ୍ତୀ ମାସ ଆରମ୍ଭ ବେଳକୁ ହୋଇପାରେ ।

ଏକ ଜାତୀୟ ଗଣମାଧ୍ୟମ ସହ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ଗୁଲେରିଆ କହିଛନ୍ତି ଯେ, ସମସ୍ତ ଟିକା ଗୁଡ଼ିକୁ ପେଟେଣ୍ଟ ମୁକ୍ତ କରାଯିବା ଉଚିତ୍‌ । ଏହାସହ ଯେକୌଣସି ଉତ୍ପାଦକଙ୍କୁ ଟିକା ଉତ୍ପାଦନ ପାଇଁ ଅନୁମତି ଦେବା ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇ ପଡ଼ିଛି ।

ଦେଶର ତିନୋଟି ରାଜ୍ୟରେ ଡବଲ ମ୍ୟୁଟାଣ୍ଟ ରୋଗୀ

ଏବେ ଉତ୍ତର ଭାରତରେ ଅଧିକାଂଶ ଲୋକ ବ୍ରିଟିସ୍‌ ଷ୍ଟ୍ରେନରେ ସଂକ୍ରମିତ ଅଛନ୍ତି। ଯେତେବେଳେ କି ମହାରାଷ୍ଟ୍ର, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଭାଇରସର ‘ଡବଲ ମ୍ୟୁଟାଣ୍ଟ ଆତଙ୍କ ଖେଳାଇଛି। ଏହି ସୂଚନା ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ସୁଜିତ ସିଂ ଦେଇଛନ୍ତି । ସୁଜିତ ସିଂ ଏହା ମଧ୍ୟ କହିଛନ୍ତି ଯେ, ଗତ ଏକ ମାସ ମଧ୍ୟରେ ଦେଶରେ ବ୍ରିଟିସ୍‌ ଷ୍ଟ୍ରେନ୍‌ର ସଂକ୍ରମଣ ହ୍ରାସ ପାଇଥିବା ଦେଖାଯାଇଛି ।

ସୁଜିତ ସିଂ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ପଞ୍ଜାବ (482 ନମୁନା), ଦିଲ୍ଲୀ (516 ନମୁନା) ସମେତ ଉତ୍ତର ଭାରତରେ ଏହି ଭାଇରସ୍‌ର ବ୍ରିଟିସ୍‌ ଷ୍ଟ୍ରେନ୍‌ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି । ସେ ଆହୁରି କହିଛନ୍ତି ଯେ, ୧୦ଟି ବଡ଼ ସରକାରୀ ଲାବୋରେଟୋରୀ ଏବଂ ଅନୁଷ୍ଠାନ ଗତ ବର୍ଷ ଡିସେମ୍ବରରୁ କରୋନା ଭୂତାଣୁର ଜିନୋମ ଉପରେ  ସର୍ଭେ କରୁଛନ୍ତି ।

You might also like