ଆସନ୍ତାକାଲି ଛତିଶଗଡ଼ରେ ଶେଷ ପର୍ଯ୍ୟାୟ ମତଦାନ

୧୯ ଜିଲ୍ଲାର ୭୨ ବିଧାନସଭା ଅାସନ ଲାଗି ନିଅାଯିବ ଭୋଟ

ଛତିଶଗଡ଼ : ଅାସନ୍ତାକାଲି ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଅାସନ ଲାଗି ହେବ ଭୋଟଗ୍ରହଣ। ସକାଳ ୮ଟାରୁ ଭୋଟ ଗ୍ରହଣ ଅାରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ। ମତସାବ୍ୟସ୍ତ କରିବେ ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତଦାନ ଲାଗି ୧୯ ହଜାର ୨୯୬ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି।

ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୦୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୯ ମନ୍ତ୍ରୀଙ୍କ ସମେତ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।  ୯୦ ସିଟି ବିଶିଷ୍ଟ ଅାସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟରେ ୧୮ଟି ସିଟ୍ ଲାଗି ଭୋଟ ଗ୍ରହଣ ହୋଇଥିଲା।

You might also like