କେରଳରେ ଲ୍ୟାଣ୍ଡ କଲା ସି ପ୍ଲେନ୍

ନୂଆଦିଲ୍ଲୀ: କେରଳରେ ଲ୍ୟାଣ୍ଡ କରିଛି ସି ପ୍ଲେନ୍ Twin Otter 300। ମାଲଦୀପରୁ ଉଡ଼ାଣ ନେବା ପରେ ଗତକାଲି କେରଳରେ ଓହ୍ଲାଇଛି ।  ଏହାପରେ କିଛି ସମୟ ପାଇଁ କେରଳ ଅନ୍ତଃରାଜ୍ୟ ଜଳପଥରେ ଭ୍ରମଣ କରିଥିଲା ସିପ୍ଲେନ୍। ଏହା ଉଡ଼ାଣ ଭରି ଏହା ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଥିଲା।  ସାବରମତୀ ନଦୀରେ ଷ୍ଟାଚୁ ଅଫ୍ ୟୁନିଟ୍ ପର୍ଯ୍ୟନ୍ତ ଜଳପଥରେ ଯାଇଥିଲା।

୧୯ ସିଟ୍‌ ବିଶିଷ୍ଟ ସି ପ୍ଲେନ୍Twin Otter-300 Spicejet ଜ୍ଞାନ କୌଶଳରେ ନିର୍ମାଣ ହୋଇଛି। ମାଲଦୀପରେ ଏହା ବିଶେଷ ଭାବେ ସାଧାରଣ ଲୋକଙ୍କ କାର୍ଯ୍ୟରେ ଲାଗିଥାଏ। ଜଳ ଓ ଆକାଶ ଉଭୟ ପଥରେ ଏହା ଯାତ୍ରୀଙ୍କ ତୁରନ୍ତ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବିଶେଷ କରି,  କୌଣସି ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର କରିବାରେ ଏହା ଗୁରୁତ୍ୱବହନ କରେ। ଆସନ୍ତା ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିବେ ।

ସି ପ୍ଲେନକୁ ନାଭାଲ ଜେଟିରେ ବାର୍ଥିଂ ସୁବିଧା ଯୋଗାଇ ଦିଆଯିଲା। ଏଥିସହ ଇନ୍ଧନ ମଧ୍ୟ ଭରିଥିଲା।  ଏହି  ସି ପ୍ଲେନ ଅହମ୍ମଦାବାଦ୍‌ ଅଭିମୁଖେ ଯାତ୍ରା କରିବ। ସାବରମତି ନଦୀ ସମ୍ମୁଖ ଏବଂ ଷ୍ଟାଚ୍ୟୁ ଅଫ ୟୁନିଟି ମଧ୍ୟରେ ଆଞ୍ଚଳିକ ସଂଯୋଗ ଯୋଜନାର ଅଂଶ ଭାବେ ଉଡାଣ କରିବ।

ଦେଶରେ ଆଞ୍ଚଳିକ ସଂଯୋଗ ଏବଂ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ କେନ୍ଦ୍ର ଅନେକ ସାମୁଦ୍ରିକ ମାର୍ଗ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଗତ ବର୍ଷ ସାମୁଦ୍ରିକ ମାର୍ଗ ପାଇଁ ଆଣ୍ଡାମାନ ଏବଂ ଲକ୍ଷ୍ମୀଦ୍ୱୀପସ୍ଥିତ ସାତୋଟି ଦ୍ୱୀପ ଚିହ୍ନଟ କରାଯାଇଥିଲା।

 

You might also like