ହ୍ୱେଲ୍‌ ଟେଲ୍ ଲାଗି ବର୍ତ୍ତିଗଲା ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା

ନେଦରଲ୍ୟାଣ୍ଡ୍‌: ନେଦରଲ୍ୟାଣ୍ଡ୍‌ରେ ଏକ ଟ୍ରେନ୍‌ ପ୍ଲାଟ୍‌ଫର୍ମରୁ କିଛି ମିଟର ଦୂରକୁ ଗଡ଼ିବା ପରେ ଚମତ୍କାର ଭାବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ହ୍ୱେଲ୍‌ ଟେଲ୍‌ର ଏକ ମୂର୍ତ୍ତିକଳା (Sculpture Of Whale’s Tail) ଯୋଗୁ ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି।

ABC ନ୍ୟୁଜ୍‌ର ସୂଚନା ଅନୁସାରେ, ସୋମବାର ଭୋର ସମୟରେ ନେଦରଲ୍ୟାଣ୍ଡ୍‌ର Spijkenisseରେ ଏହି ଘଟଣା ଘଟିଥିଲା। ରୋଟ୍ଟେରଡ୍ୟାମ୍‌‌ ସ୍ଥିତ De Akkers ଷ୍ଟେସନରେ ଏକ ମେଟ୍ରୋ ଟ୍ରେନ୍‌ ରେଲ୍‌ୱେ ଲାଇନ୍‌ର ଶେଷରେ ବଫର ଷ୍ଟପ୍‌ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ଟି ସିଧାସଳଖ ଯାଇ ରେଲ୍‌ୱେ ଲାଇନ୍‌ର ଶେଷରେ ନିର୍ମାଣ ହୋଇଥିବା ହ୍ୱେଲ୍‌ ଟେଲ୍‌ର ଏକ ମୂର୍ତ୍ତିକଳା ଉପରେ ଚଢ଼ି ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ଟ୍ରେନ୍‌।

ଘଟଣାସ୍ଥଳରେ ପୋଲିସ୍‌ ଓ ଜରୁରୀକାଳୀନ ସେବାର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

Forbes ର ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଟ୍ରେନ୍‌ରେ କେହି ଯାତ୍ରୀ ନ ଥିଲେ। ଏହାସହ ଘଟଣାର ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ

କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ…

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

You might also like