ହଳଦିଆ ହୋଇଗଲା ନଦୀର ପାଣି, ଛୁଇଁବା ମାତ୍ରକେ ପୋଡିଗଲା ଚର୍ମ

ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା…

ସ୍କଟଲ୍ୟାଣ୍ଡର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋରମା ଏଠାରେ ଘଞ୍ଚଜଙ୍ଗଲ ଓ ପାହାଡ ଓ ଝରଣା ଭରି ରହିଛିା ଏଇ ପରିବେଶକୁ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ବାହାର ଦେଶରୁ ଆସନ୍ତିା କିନ୍ତୁ ସ୍କଟଲ୍ୟାଣ୍ଡର ଏକ ଅଞ୍ଚଳରେ ପାଣିର ରଙ୍ଗ ହଠାତ୍ ବଦଳିଗଲ।। ସବୁଜ ଦେଖାଯାଉଥିବା ପାଣି ହଠାତ୍ ହଳଦିଆ ହୋଇଗଲ।। ଏହାକୁ ଦେଖିବା ପାଇଁ ସେହି ଅଞ୍ଚଳରେ ଲୋକେ ଭିଡ ଜମାଇଥିଲୋ

କେହି କେହି ଏହାକ ଦେଖି ଯେତିକି ଚକିତ ହେଉଥିଲେ, ସେତିକି ଖୁସି ହୋଇଯାଇଥିଲୋ ପାଣିର ରଙ୍ଗ ଏଭଳି ହୋଇଥିବାରୁ ଖୁସିରେ ଛୁଇଁବାକୁ ଲାଗିଲୋ କିନ୍ତୁ ପାଣି ଏତେ ମାତ୍ରାରେ ବିଷାକ୍ତ ଥିଲା ଯେ, ଯିଏବି ପାଣିକୁ ସ୍ପର୍ଶ କଲା, ତାର ଚମଡା ପୋଡିହୋଇଗଲ।। ଏହାକୁ ଦେଖି ଲୋକେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲୋ କାରଣ କରୋନା ମହାମାରୀ ଭିତରେ ଏଭଳି ଆଉ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥ।।

ତେବେ ଖବର ଚାରିଆଡେ ବ୍ୟାପିଯିବା ପରେ ସ୍କଟଲ୍ୟାଣ୍ଡର କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲୋ ସେଠାରେ ଅନୁସନ୍ଧାନ କରିବା ପରେ ଅନେକ କଥା ଜାଣିବାକୁ ପାଇଥିଲୋ ବିଶେଷ କରି ନଦୀର ପାଣିର ରଂଗ ଏଭଳି କାହିଁକି ହୋଇଛି, ଏହା ଉପରେ ରିଜେନେରେସନ୍ ଅର୍ଗାନାଇଜେସନ୍ ନାମକ ଏକଂ ସଂସ୍ଥା ଗବେଷଣା କରିଥିଲ।। ପାଣିର ନମୁନା ଯାଂଚ କରାଯାଇଥିଲ।। ସେଠାରୁ ଜଣାପଡିଥିଲା ଯେ, ପାଣିରେ ଏସିଡ୍ ମିଶିଛିା ଫଳରେ ପାଣିକୁ ଛୁଇଁଲେ ଏହା ଚର୍ମକୁ କ୍ଷତି ପହଂଚାଉଛିା ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ପାଣିକୁ ପିଇଲେ ଶରୀର କିଡ୍‌ନୀ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛିା

ଏହି ନଦୀର ପାଣିକୁ ଆଖପାଖର ଲୋକେ ବ୍ୟବହାର କରନ୍ତିା ନଦୀପାଖରେ ଅନେକ ଘର ରହିଛିା ଏହି ପାଣିକୁ ବ୍ୟବହାର ଉପଯୋଗୀ ନକରିବା ପାଇଁ ଏହା ଉପରେ ଷ୍ଟଡି କରୁଥିବା ସଂସ୍ଥା କହିଛିା ହୁଏତ କୌଣସି ଶିଳ୍ପ ତଥା କଳକାରଖାନାରୁ ବିଷାକ୍ତ ଏଠାରେ ମିଶିଛିା ବୈଜ୍ଞାନିକ ଏହା ଉପରେ ଧ୍ୟାନ ଦେଇ କିପରି ସାଧାରଣ ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିହେବ, ସେଥପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତିା

You might also like