କଶ୍ମୀରରେ ସ୍କୁଲ୍ ଖାଲି କରିବାକୁ ନିର୍ଦ୍ଦେଶ

ଶ୍ରୀନଗର: ଲଦାଖରେ ହିଂସାତ୍ମକ ଲଢ଼େଇ ପରେ ଭାରତ ଓ ଚୀନ୍ ମଧ୍ୟରେ ଟେନସନ୍ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏଠାକାର ଲୋକଙ୍କ ମନରେ କୋକୁଆ ଭୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଜମ୍ମୁ ଓ କଶ୍ମୀର ସରକାର ରାଜ୍ୟବାସୀଙ୍କ ଦୁଇଟି ଅଲଗା ଅଲଗା ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁଥିରେ ସରକାର ଦୁଇ ମାସ ପାଇଁ ଏଲପିଜି ସିଲିଣ୍ଡରର ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ସୁରକ୍ଷାକର୍ମୀ ଯବାନଙ୍କ ରହିବା ପାଇଁ ସ୍କୁଲଗୁଡ଼ିକୁ ଖାଲି କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ତେଣୁ ସରକାର ହଠାତ୍ କାହିଁକି ଏଭଳି ନିର୍ଦ୍ଦେଶ ନେଲେ, ଯାହାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି। କିନ୍ତୁ ସେଭଳି କିଛି ଆତଙ୍କିତ ହେବାର ନାହିଁ ବୋଲି ସରକାର କହିଛନ୍ତି। ନିକଟରେ ଭୁସ୍ଖଳନ କାରଣରୁ ଜାତୀୟ ରାଜପଥ ବନ୍ଦ ରହିଛି, ଯାହାର ମରାମତି ପାଇଁ କିଛି ଦିନ ଲାଗିବ। ତେଣୁ ଏବେ ରାସ୍ତା ପୂରା ବନ୍ଦ ଥିବାରୁ ଏଲପିଜି ସିଲିଣ୍ଡର ଆଣିବାରେ ସମସ୍ୟା ହୋଇପାରେ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

ଏଥିପାଇଁ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଜିସି ମୁର୍ମୁ ଗତ ୨୩ ତାରିଖରେ ବରିଷ୍ଠ ପଦାଧୀକାରୀଙ୍କ ସହ ବୈଠକ କରିଥିଲେ। ଏହା ପରେ ଉପରାଜ୍ୟପାଳ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାନାମାକୁ ‘ମୋଷ୍ଟ ଅର୍ଜେଣ୍ଟ ମ୍ୟାଟର୍’ କୁହାଯାଉଛି।

ତେବେ ଉପରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶନାମାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସରକାରଙ୍କ ଏହି ନିର୍ଦ୍ଦେଶ କଶ୍ମୀରରେ ଆତଙ୍କ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like