ଅଗଷ୍ଟ ପରେ ଖୋଲିବ ସ୍କୁଲ, କଲେଜ!

ନୂଆଦିଲ୍ଲୀ: ସାରା ଦେଶରେ ଅଗଷ୍ଟ ମାସ ପରେ ଖୋଲିପାରେ ସ୍କୁଲ୍, କଲେଜ। ଏନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ନିଶଙ୍କ। ମାର୍ଚ୍ଚ ୧୬ରୁ ବନ୍ଦ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଅଗଷ୍ଟ ମାସ ପରେ ଖୋଲିବା ନେଇ ଯୋଜନା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସାମାଜିକ ଦୂରତା ରଖି ଗ୍ରୀନ ଓ ଓରେଞ୍ଜ ଜୋନରେ ଥିବା ଶିକ୍ଷାନୁଷ୍ଠାନ ପ୍ରଥମେ ଖୋଲାଯିବ। ଦୁଇଟି ସିଫ୍ଟରେ ସ୍କୁଲ, କଲେଜରେ ପାଠପଢା ପାଇଁ ବିଚାର କରାଯାଉଛି। ଏନେଇ ଆସନ୍ତା ସପ୍ତାହରେ ନିଷ୍ପତ୍ତି ହୋଇପାରେ। ଏମିତି କି, ସମ୍ଭବ ହେଲେ ଅଗଷ୍ଟ ୧୫ ପରେ ମଧ୍ୟ ସ୍କୁଲ ଓ କଲେଜ ଖୋଲିପାରେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।

ପ୍ରାୟ ୩୩ କୋଟି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଖୋଲିବା ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି। ଜୁଲାଇରେ ୩୦ ପ୍ରତିଶତ ଉପସ୍ଥାନ ସହ ସ୍କୁଲ ଓ କଲେଜ ଖୋଲିବା ପାଇଁ ଗତ ମାସରେ ସରକାର ବିଚାର କରିଥିଲେ ଏହାସହ ଅଷ୍ଟମ ଶ୍ରେଣୀରୁ କମ୍ ପିଲା ଘରେ ରହି ପଢିବା ପାଇଁ କୁହାଯାଉଥିଲା।

You might also like