ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଡିଲ୍ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଫେଲ୍ ଡିଲ୍ ମାମଲା। ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ରାଫେଲ୍ ଡିଲ୍‌କୁ ରଦ୍ଦ କରିବା ସହ ଏନେଇ ମାମଲା ଦାଏର କରିବା ପାଇଁ ଅାବେଦନ ଦାଏର ହୋଇଛି। ଯାହାକୁ ଗ୍ରହଣ କରିଛନ୍ତି ଅଦାଲତ। ମାମଲାର ତ୍ୱରିତ ଶୁଣାଣି ଅାସନ୍ତା ସପ୍ତାହରୁ ପ୍ରଧାନବିଚାରପତିଙ୍କ ବେଞ୍ଚରେ ହେବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ଡିଲ୍‌ରେ ଦୁର୍ନୀତି ହୋଇଥିବା ଅାବେଦନରେ ଦର୍ଶା ଯାଇଛି।

ସେପଟେ ଘଟଣାକୁ ନେଇ ନିଜକୁ ଦୂରେଇ ରଖିଛନ୍ତି ବାୟୁ ସେନା ଉପମୁଖ୍ୟ ମାର୍ସଲ ଏସ୍‌ବି ଦେଓ। ଡିଲ୍ ସମ୍ପର୍କରେ କୌଣସି ତଥ୍ୟ କହିବାକୁ ସେ ମନା କରିଦେଇଛନ୍ତି। ରାଫେଲ୍ ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ, ଯାହାକୁ ବ୍ୟବହାର କରବା ପାଇଁ ବାୟୁ ସେନା ଅପେକ୍ଷା କରି ରହିଛି। ତେବେ ରାଫେଲ୍ ଯଦି ଶୀଘ୍ର ଭାରତକୁ ମିଳୁଛି ତେବେ ଏନେଇ ହେଉଥିବା ଡିଲ୍‌ରେ କୌଣସି ଅାପତ୍ତି ଉଠାଯିବା ଉଚିତ୍ ନୁହଁ ବୋଲି ସେ କହିଛନ୍ତି।

You might also like