ହାଥ୍‌ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସର ତଥାକଥିତ ଗଣଦୁଷ୍କର୍ମ ଘଟଣା ସଂପର୍କିତ ଏକ ମାମଲାର ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଘଟଣାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ଦାବି ନେଇ ହୋଇଥିବା ଜନିସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ଉତ୍ତରପ୍ରଦେଶ ପୋଲିସର ଅବହେଳା ଯୋଗୁ ଏଭଳି ଏକ ଘଟଣା ଘଟିଲା । ଏଣୁ ଏହାର ନିରପେକ୍ଷ ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ସତ୍ୟମ ଦୁବେ ତାଙ୍କ ଆବେଦନରେ କହିଛନ୍ତି। ଏହାଛଡ଼ା ମାମଲାର ଶୁଣାଣି ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର ଲାଗି ଏହି ଆବେଦନରେ ଗୁହାରି କରାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ, ଜଷ୍ଟିସ ଏ. ଏସ୍. ବୋପାନ୍ନା ଏବଂ ଜଷ୍ଟିସ ରାମସୁବ୍ରମଣ୍ୟମ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଣାଣି କରିବେ ।

ଅନ୍ୟପକ୍ଷରେ ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହାଛଡ଼ା ଜଣେ ଏସ୍‌ପିଙ୍କ ସମେତ ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ସେପଟେ ହାଥରସ ଘଟଣାକୁ ନେଇ ବଡ଼ ଧରଣର ଜାତିଆଣ ହିଂସା କରିବା ଲାଗି ଯୋଜନା ହୋଇଥିବା ଅଭିଯୋଗ କରିଛି ୟୁପି ପୋଲିସ । ଏପରି ଷଡ଼ଯନ୍ତ୍ର ପାଇଁ ପୋଲିସ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ ବାହାନାରେ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା । ଆମେରିକାରୁ ଏକ ୱେବସାଇଟ୍ ଖୋଲାଯାଇ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା ।ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ସରକାରକୁ ବଦନାମ କରିବା ଲାଗି ଷଡ଼ଯନ୍ତ୍ର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ରାଜ୍ୟବ୍ୟାପୀ ପୋଲିସ ୧୯ଟି ମାମଲା ରୁଜୁ କରିଛି॥

 

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like