ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ: ଆସନ୍ତାକାଲି ଚୁଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଆଧାରକାର୍ଡର ବାଧ୍ୟତାମୂଳକ ମାମଲାରେ ଆସନ୍ତାକାଲି ରାୟ ପ୍ରକାଶ ପାଇବ। ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ବାଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ। ବିଭିନ୍ନ ସରକାରୀ ଏବଂ ଲୋକାଭିମୁଖୀ  ଯୋଜନାରେ ଆଧାର ଲିଙ୍କ୍ ବାଧ୍ୟତାମୂଳକକୁ ନେଇ ଅଦାଲତ ରାୟ ଶୁଣାଇବେ।

କେନ୍ଦ୍ର ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଏହା ସହିତ ଆଧାର ସଂଯୋଗର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାକୁ ବିଭିନ୍ନ ସଂଗଠନ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ତେଣୁ ଗତ ମାର୍ଚ୍ଚରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଧାରର ସମୟ ସୀମାକୁ କୋହଳ କରିଥିଲେ।

ବହୁବାର ଆଧାରର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ଏହାଦ୍ୱାରା ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଉଥିବା କୋର୍ଟଙ୍କ ନିକଟରେ ଦର୍ଶାଯାଇଛି। ତେଣୁ ଏନେଇ ଆସନ୍ତାକାଲି କୋର୍ଟ କ’ଣ ରାୟ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

 

You might also like