ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟଙ୍କ ହତ୍ୟା ଅଭିଯୋଗ ଟିପ୍ପଣୀକୁ କଠୋର ଓ ଅନୁଚିତ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟ ହତ୍ୟା ଅଭିଯୋଗ ପରି ଦେଇଥିବା ଟିପ୍ପଣୀକୁ ସୁପ୍ରିମକୋଟ ସମାଲୋଚନା କରିଛନ୍ତି । ଏପରି ଟପ୍ପଣୀ କଠୋର ଏବଂ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ଜଜମେଣ୍ଟର ପାର୍ଟ ନ ଥିଲା । ଏଥିସହିତ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କ ଆବେଦନ ଉପରେ ଆଦେଶ ଦେବାକୁ ମନା କରି ଦେଇଥିଲେ ।

ଅଦାଲତ କହିଥିଲେ,  ବିଚାରପତି ସଂଯମତା ରକ୍ଷା କରିବା ଉଚିତ୍‌ । କୋର୍ଟ କାର୍ଯ୍ୟରେ ଏପରି କଠୋର ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ । ଅଦାଲତରେ ମୁକ୍ତ ପ୍ରବେଶ ସାମ୍ବିଧାନିକ ସ୍‌:ାଧୀନତା ପାଇଁ ଏକ ମୂଲ୍ୟବାନ ସୁରକ୍ଷା ଅଟେ । ସୁପ୍ରିମକୋର୍ଟ କହିଥିଲେ, କୋର୍ଟ କାର୍ଯ୍ୟ ଉପରେ ଟିପ୍ପଣୀ ଦେବା ଏବଂ ଲେଖିବାର ଅଧିକାର ମିଡିଆର ରହିଛି । ଆଜିକାଲିର ଯାନ୍ତ୍ରିକ ଦୁନିଆରେ ମିଡିଆକୁ ରୋକିବା ନ୍ୟାୟ ପାଳିକା ପାଇଁ ଠିକ୍‌ ହେବନି । ବିଶେଷକରି ଆଜିକାଲି ସୋସିଆଲ ମିଡିଆ ଜରିଆରେ ସୂଚନା ଚାରିଆଡକୁ ପ୍ରସାରିତ ହେଉଛି । ତେବେ ନ୍ୟାୟପାଳିକା ଭାଷାକୁ ଧ୍ୟାନରେ ରଖିବା ନିହାତି ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ କହିଛନ୍ତି, ଭାଷା ଆମ ଜୀବନରେ ସମ୍ପର୍କର ସମ୍ମାନ ରକ୍ଷା କରିବାରେ ଭାଷାର ଏକ ପ୍ରମୁଖ ଭୂମିକା ରହିଛି । କୋର୍ଟ ନିର୍ବାଚନ ଆୟୋଗର ଗୁରୁତ୍‌:, ଦାୟିତ୍‌: ଓ କର୍ତ୍ତବ୍ୟ ପାଳନକୁ ପ୍ରଶଂସା କରିଛନ୍ତି । ଏହା ମଧ୍ୟ କହିଛନ୍ତି, ଆୟୋଗର ଅଭିଯୋଗ ହାଇକୋର୍ଟଙ୍କ ରେକର୍ଡରେ ନାହିଁ ।

ନିର୍ବାଚନ କମିଶନରଙ୍କୁ  ସାମାଲୋଚନା କରି ମାଡ୍ରାସ ହାଇକୋର୍ଟ କହିଥିଲେ, ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ । ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକା ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର ବୋଲି କୋର୍ଟ କହିଥିଲେ ।

 

You might also like