କର୍ଣ୍ଣାଟକା ରାଜନୀତି ସଂକଟ: ଏମିତି କହିଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକା ସଙ୍କଟ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସମୟ ଭିତରେ ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ ତାଙ୍କ  ରାୟରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ଆସ୍ଥା ଭୋଟରେ ଭାଗ ନେବାକୁ ବିଧାୟକଙ୍କୁ ମଧ୍ୟ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

କର୍ଣ୍ଣାଟକର ମେଣ୍ଟ ସରକାରରୁ ୧୫ ବିଧାୟକ ଆଗରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏଯାଏ ବାଚସ୍ପତି ସେମାନଙ୍କ ଇସ୍ତଫା ମଞ୍ଜୁର କରି ନାହାନ୍ତି।  ଏହାକୁ ନେଇ ବିଦ୍ରୋହୀ ବିଧାୟକ ଅଭିଯୋଗ ଉଠାଇଛନ୍ତି। ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ବାଚସ୍ପତି ଟାଳଟୁଳ ନୀତି ପ୍ରୟୋଗ କରୁଥିବା ବିଦ୍ରୋହି ବିଧାୟକମାନେ କହିଛନ୍ତି।

ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ତୁରନ୍ତ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ମଧ୍ୟ କରିଥିଲେ। ତେବେ କେହି କାହାକୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇବ ପରେ ଏବେ ଆସ୍ଥା ଭୋଟ୍‌ ଉପରେ ସମସ୍ତଙ୍କ ନଜର ରହିଛି।  ସୂଚନା ଥାଉକି, ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ ହେବାକୁ ଯାଉଛି। ସରକାର ବଞ୍ଚାଇବାକୁ ହେଲେ ଏଥିର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ।

You might also like