ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିବା ଏହି ବ୍ୟକ୍ତିଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ
ଲକ୍ଷ୍ନୌ: ୨୦୧୯ ନିର୍ବାଚନରେ ବାରଣସୀରୁ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହିଁଥିବା ପୂର୍ବତନ ବିଏସ୍ଏପ୍ କନଷ୍ଟେବଲଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ। ବିଏସ୍ଏଫ୍ କନଷ୍ଟେବଲ ପଦରୁ ବହିସ୍କାର ହୋଇଥିବା ତେଜବାହାଦୁର ନାମକ ଜଣେ ବ୍ୟକ୍ତି ଏହି ଆବେଦନ କରିଥିଲେ।
ପ୍ରଥମେ ଆଲ୍ଲାହବାଦ କୋର୍ଟରେ ଆବେଦନ ଖାରଜ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ତେଜ୍ ବାହାଦୁର, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବାରଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ସେ ନାମାନଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ଇଲେକ୍ସନ୍ ପ୍ୟାନେଲ ତାଙ୍କ ନୋମିନେସନ୍ ଖାରଜ କରିଦେବାରୁ ଏହା ବିରୋଧରେ ସେ କୋର୍ଟରେ ଆବେଦନ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ତାଙ୍କ ରାୟରେ ଆଲ୍ଲାହବାଦ କୋର୍ଟଙ୍କ ନିଷ୍ପତ୍ତିଙ୍କୁ ଠିକ୍ ବୋଲି କହିଛନ୍ତି।
୨୦୧୭ରୁ ବାହାଦୁରଙ୍କ ବିଏସ୍ଏପ୍ରୁ ବହିସ୍କାର କରାଯାଇଥିଲା। ଭାରତୀୟ ଯବାନଙ୍କୁ ଦିଆଯାଇଥିବା ଖାଦ୍ୟ ନିମ୍ନମାନର ଦର୍ଶାଇ ସୋସିଆଲ୍ ମିଡିଆରେ ସେ ଏକ ଭିଡିଓ ଅପ୍ଲୋଡ କରିଥିଲେ। ଏହାପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା
ତେଜ ବାହାଦୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣସୀରୁ ନିର୍ବାଚନ ଲଢ଼ିବା ପାଇଁ ସମାଜବାଦୀ ପାର୍ଟି ଦଳ ତରଫରୁ ନାମାଙ୍କନ ଦାଖଲ କରିଥିଲେ। ମେ ଏକ ତାରିଖରେ ରିଟର୍ଣ୍ଣିଂ ଅଫିସର ବାହାଦୁରଙ୍କ ନାମାଙ୍କନ ପତ୍ର ଖାରଜ କରିଦେଇଥିଲେ। କାରଣ ଇଲେକ୍ସନ କମିଶନଙ୍କ ନିୟମାବଳି ଅନୁସାରେ ନାମାଙ୍କନ ପତ୍ରରେ ସତ ଲୁଚାଯାଇଥିଲା। ସେ ବହିସ୍କାର ହୋଇଥିବା ତଥ୍ୟ ଦିଆଯାଇ ନଥିଲା।