ନୟାଗଡ ନାବାଳିକା ହତ୍ୟା ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ SC

ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ। ନ୍ୟାୟ ପାଇଁ ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉଚ୍ଚତମ ନ୍ୟାୟାଳୟ ଏହି ନୋଟିସ୍ ଜାରି କରିଛନ୍ତି। SIT ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବିରେ ପରୀର ମାଆ। ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଉଚ୍ଚତମ ନ୍ୟାୟାଳୟ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ରାଜ୍ୟ ସରକାର ତଥା ସିବିଆଇକୁ ନୋଟିସ କରିଛନ୍ତି ।

ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସଆଇଟି କିନ୍ତୁ SIT ଉପରେ ଭରସା କରିପାରୁ ନାହାନ୍ତି ପରୀର ମାଆବାପା ଏବଂ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଯାଇଛନ୍ତି। ସେପଟେ ଏହି ମାମଲାରେ ଯେଉଁ ନାବାଳକକୁ ଅଭିଯୁକ୍ତ ଭାବେ ଏସଆଇଟି ଧରିଛି, ସିଏ ବ୍ରେନ ମ୍ୟାପିଂ ପାଇଁ ମନା କରି ଦେଇଛି। ପୂର୍ବରୁ ଉକ୍ତ ନାବାଳକ ନାର୍କୋ ଆନାଲିସିସ୍ ଟେଷ୍ଟକୁ ମଧ୍ୟ ମନା କରିଦେଇଥିଲା।

ତେବେ ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଥିଲେ ।  ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାଙ୍କ ମାଆ ।

ନାବାଳିକା ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି । ତେବେ ଏଥିରେ ପ୍ରଥମ ଦିନରୁ ଅସନ୍ତୋଷ ପ୍ରକାଶ କରିଥିବା ପୀଡ଼ିତାଙ୍କ ପରିବାର ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ସେପଟେ ବ୍ରେନ ମ୍ୟାପିଂ ପାଇଁ ମନା କରିଛି ଏସଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି ।

ସୂଚନାଯୋଗ୍ୟ ଗତ କିଛି ମାସ ପୂର୍ବରୁ ଦାଣ୍ଡରେ ଖେଳୁଖେଳୁ ଅଚାନକ୍ ଗାୟବ୍ ହୋଇଯାଇଥିଲା ନୟାଗଡ଼ ନାବାଳିକା । ବହୁ ଖୋଜିବା ସତ୍ତ୍ୱେ ନାବଳିକାର କୌଣସି ଖୋଜଖବର ମିଳିନଥିଲା। ଥାନାରେ ଅଭିଯୋଗ ପରେ ମଧ୍ୟ ନାବଳିକାର ଅନୁସନ୍ଧାନ ମିଳିନଥିଲା । ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା ।  ଝିଅକୁ ହରାଇ ଭାଙ୍ଗିପଡ଼ିଥିବା ବାପାମା’ ନ୍ୟାୟ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ।  ତେବେ ଝିଅକୁ ନ୍ୟାୟ ନମିଳିବା ପରେ ବାପା- ମା’ ଆଜି ବିଧାନସଭାରେ ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ।  ୫ ବର୍ଷୀୟା ଶିଶୁ କନ୍ୟା ହତ୍ୟା ପଛରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଲୋକଙ୍କ ହାତ ରହିଛି ବୋଲି ମା’ ଅଭିଯୋଗ କରିଥିଲେ ।

You might also like