ଆହ୍ଲାବାଦକୁ ପ୍ରୟାଗରାଜ ନାମକରଣ ପାଇଁ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆଲ୍ଲାହବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ୟୁପି ସରକାରଙ୍କୁ ନୋଟିସ୍‌ କରିଛନ୍ତି।

ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ଅଧୀନରେ ଥିବା ରେଳ ଷ୍ଟେସନ. ବିଶ୍ୱବିଦ୍ୟାଳୟ ତଥା କୌଣସି ସଂସ୍ଥାନର ନାମ ପରିବର୍ତ୍ତନ କରିପାରିବେ ନାହିଁ। ଏଭଳି କରିବା ପାଇଁ ରାଜ୍ୟର ଅଧିକାର ନାହିଁ। ଯାହା ଉପରେ ଶୁଣାଣି କରି କୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍ କରିଛିନ୍ତି।

କୁମ୍ଭମେଳା ପୂର୍ବରୁ ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଅଲ୍ଲାହବାଦର ନା ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଆଉ ଏହାକୁ ୫୦୦ ବର୍ଷ ତଳର ମୁଗଲ ସମ୍ରାଟ୍ ଆକବରଙ୍କ ଦ୍ୱାରା ହୋଇଥିବା ଭୁଲ୍‌ର ଏକ ସଂଶୋଧନ ବୋଲି କହିଥିଲା ବିଜେପି। ପୂର୍ବରୁ ଏହି ସହରର ନାଁ ପ୍ରୟାଗରାଜ ଥିଲା କିନ୍ତୁ ମୁଗଲ ସମ୍ରାଟ୍‌ ଆକବର ଏହାର ନାମ ପରିବର୍ତ୍ତନ କରି ଆଲ୍ଲାହବାଦ ରଖିଥିଲେ। ଯାହାର ପୁନଃ ନାମକରଣ ହେଲା ବୋଲି ବିଜେପି କହିଥିଲା।

ଏହି ନାମ ପରିବର୍ତ୍ତନ ପରେ ସେତେବେଳେ ବିଜେପି ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସାରାଦେଶରେ ଦୃଢ଼ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କେବଳ ବିରୋଧୀମାନେ ନୁହେଁ ଇତିହାସକାର ଏବଂ ବୁଦ୍ଧିଜୀବୀମାନେ ମଧ୍ୟ ଏହାକୁ ସମାଲୋଚନ କରିବା ସହିତ ଇତିହାସକୁ ବିକୃତ କରୁଥିବାରେ ଅଭିଯୋଗ ଆଣିଥିଲେ।

ସୂଚନା ଅନୁସାରେ, ୧୫୭୫ରେ ଆଲ୍ଲାହବାଦର ନାମକରଣ ହୋଇଥିଲା। ମୁଗଲ ସମ୍ରାଟ୍‌ ଅକବର ଏହାକୁ ଇଲ୍ଲାହବାସ(ଈଶ୍ୱରଙ୍କ ବାସସ୍ଥାନ) ବୋଲି କହୁଥିଲେ। କିନ୍ତୁ ଏହା ପୂର୍ବରୁ ସହରଟି ପ୍ରୟାଗ ନାମରେ ପରିଚିତ ଥିଲା। କେତେକ ମଧ୍ୟ ଯୁଗୀୟ ଗ୍ରନ୍ଥ ଦେଖିଲେ କିମ୍ବା ଖୋଦ୍‌ ମୁଗଲ ବାଦ୍‌ଶାହ ଅକବରଙ୍କ ଲେଖା ଅବୁଲ୍‌ ଫଜଲ ଦେଖିଲେ ଏହି ସ୍ଥାନର ନାମ ପିୟାଗ୍‌ ଲେଖା ହୋଇଥିବା ଦେଖିବାକୁ ମିଳେ।  ଅନେକ ବେଦ ପୁରାଣରେ ଏହି ସ୍ଥାନରେ ଗୁରୁତ୍ୱ ବର୍ଣ୍ଣିତ ହୋଇଛି।

 

You might also like