ଟିକା ସଂପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟିକା ସଂପର୍କରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ଟିକା ପରିଚାଳନା ସଂପର୍କରେ ଜାଣିବାକୁ ନିଜ ଆଡୁ ସୁପ୍ରିମକୋର୍ଟ ଉଦ୍ୟମ କରିଛନ୍ତି। ସମସ୍ତ ୩ଟି ଟିକାର ସଂପୂର୍ଣ୍ଣ କ୍ରୟ ଇତିହାସ ଜାଣିବାକୁ କୋର୍ଟ ଚାହିଁଛନ୍ତି। କେଉଁ ଟିକା କେତେ କିଣାଯାଇଛି ଓ କେତେ ଅର୍ଡର ହୋଇଛି ଜାଣିବାକୁ ଚାହିଁଲେ। କେଉଁ ତାରିଖରେ କେତେ ଟିକା ଅର୍ଡର ହୋଇଛି ଓ କେବେ ମିଳିବ ତଥ୍ୟ ମାଗିଛନ୍ତି। ବାକି ଥିବା ଲୋକଙ୍କୁ କେବେ ସୁଦ୍ଧା ଟିକା ମିଳିବ, ସେ କଥା ବି ଜାଣିବାକୁ ଚାହିଁଛନ୍ତି। ମ୍ୟୁକରମାଇକୋସିସ୍ ସଂପର୍କରେ ମଧ୍ୟ ସୁପ୍ରିମକୋର୍ଟ ତଥ୍ୟ ମାଗିଛନ୍ତି।

You might also like