ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଫାଇଟର୍‌ ଜେଟ୍‌ ଡିଲ୍‌କୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ରାଫେଲ୍ ଦୁର୍ନୀତି ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

ଫଳରେ ରାଫେଲ୍‌ ଡିଲ୍‌କୁ ନେଇ ମୋଦି ସରକାରଙ୍କ ବିରୋଧରେ ଚଳାଇଥିବା ପ୍ରଚାରକୁ ନେଇ ବିରୋଧୀଙ୍କୁ ଏକ ଶକ୍ତ ଝଟ୍‌କା ଲାଗିଛି।

ରାଫେଲ ଚୁକ୍ତିବେଳେ ଆପଣା ଯାଇଥିବା ପ୍ରକ୍ରିୟା ଉପରେ ତଦନ୍ତ କରିବାର କୌଣସି କାରଣ ନାହିଁ। ସରକାର କ’ଣ ପାଇଁ ୧୨୬ ବଦଳରେ ୩୬ଟି ଫାଇଟର୍‌ ଜେଟ୍‌ କିଣିବା ଲାଗି ନିଷ୍ପତ୍ତି ନେଲେ ସେଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି।

You might also like