ପୁଣି ଘୁଞ୍ଚିଲା ସିବିଆଇ ମାମଲା, ୨୯ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସିବିଆଇ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଲା। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ଆଜି ଶୁଣାଣି ବେଳେ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସିଭିସି ଦେଇଥିବା ରିପୋର୍ଟ ଲିକ୍ ହେବା ନେଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ରିପୋର୍ଟ କିଭଳି ଲିକ୍‌ ହେଲା ବୋଲି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଫଲି ନରିମାନଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ।

ସିଭିସି ଦେଇଥିବା ଏହି ରିପୋର୍ଟକୁ ସିଲ୍‌ ବନ୍ଦ ଅବସ୍ଥାରେ ଜଷ୍ଟିସ୍‌ ଗୋଗୋଇ ନରିମାନଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଏହା ଗଣମାଧ୍ୟମରେ ପ୍ରକାଶିତ ହେବା ନେଇ କ୍ଷୁବ୍ଧ ହୋଇଥିଲେ ପ୍ରଧାନ ବିଚାରପତି ଗୋଗୋଇ। ଜବାବରେ ନରିମାନ କହିଥିଲେ, ସେ ନିଜେ ମଧ୍ୟ ରିପୋର୍ଟ ଲିକ୍‌ ହେବା ନେଇ ଆଶ୍ଚର୍ଯ୍ୟ।

ପ୍ରକାଶ ଥାଉକି, ସିବିଆଇ ନିର୍ଦ୍ଦେଶକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାରେ ସିଭିସି ନିଜ ରିପୋର୍ଟ ଅଦାଲତରେ ପ୍ରଦାନ କରିଥିଲେ।

You might also like