ସବର୍ଣ୍ଣଙ୍କୁ ସଂରକ୍ଷଣ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ : ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି।

ଏହାସହ ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯେଉଁସବୁ ସଂରକ୍ଷଣ ଦିଆଯାଇଛି, ତା ଉପରେ ବି ବର୍ତ୍ତମାନ ସ୍ଥଗିତାଦେଶ ଲଗାଇବାକୁ କୋର୍ଟ ମନା କରିଛନ୍ତି। ଏନେଇ କୋର୍ଟ ବିଚାର କରିବେ ବୋଲି କହିଛନ୍ତି ୟୁଥ ଫର୍ ଇକୁଆଲିଟି ସଂସ୍ଥା ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ଚାରି ସପ୍ତାହ ମଧ୍ୟରେ ଏନେଇ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଛିଦିନ ପୂର୍ବରୁ ଚାକିରୀ ଓ ନିଯୁକ୍ତି କ୍ଷେତ୍ରରେ ଆର୍ଥିକ ଦୁର୍ବଳ ଥିବା ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେବା ସହ ଲାଗୁ କରିଥିଲେ। ହେଲେ ସମ୍ବିଧାନ ଅନୁସାରେ ମୋଟ୍ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରକୁ ଯିବନାହିଁ ବୋଲି ଦର୍ଶାଇ ଏହି ସଂସ୍ଥା ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା।

You might also like