ଖୁସିଖବର : ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଲା ଏସବିଆଇ

ଏବେ ପ୍ରତିଦିନ କେତେ ଟଙ୍କା ଉଠାଇ ପାରିବେ, ଜାଣନ୍ତୁ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଅଣ ଘରୋଇ ଶାଖାଗୁଡ଼ିକରେ ନଗଦ ଟଙ୍କା ଉଠାଣ ସୀମା ବୃଦ୍ଧି କରିଛି । ଏସବିଆଇର ଟୁଇଟ୍ ଅନୁଯାୟୀ ଗୋଟିଏ ଦିନରେ ଗ୍ରାହକ ପୂବୟ ତୁଳନାରେ ଅଧିକ ଟଙ୍କା ଉଠାଇ ପାରିବେ, ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାର ସୀମାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ଶାଖା (ହୋମ ବ୍ରାଞ୍ଚ କୁ ଛାଡ଼ି) ଯାଇ ୱିଥଡ୍ରୟାଲ ଫର୍ମରେ ଦିନକୁ ୨୫,୦୦୦ ଟଙ୍କା ପର‌୍ୟ୍ୟନ୍ତ ଉଠାଇ ପାରୁଛନ୍ତି ।

ବ୍ୟାଙ୍କ୍ ପକ୍ଷରୁ କ’ଣ କୁହାଯାଇଛି ?

ମହାମାରୀରେ ନିଜ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ଯାଇ ଏସବିଆଇ ଚେକ୍ ଓ ୱିଥଡ୍ରୟାଲ ଫର୍ମ ଜରିଆରେ ଅଣ ଘରୋଇ ନଗଦ ସୀମା ବୃଦ୍ଧି କରିଛି । ଫଳରେ ଟଙ୍କା ଉଠାଇବା ପାଇଁ ଆଉ ପୂର୍ବପରି ହଇରାଣ ହେବେନାହିଁ ଗ୍ରାହକ ।

ଜାଣନ୍ତୁ ଟଙ୍କା ଉଠାଣର ନିୟମ ?

  • ବ୍ୟାଙ୍କ ଦ୍ୱାରା ପ୍ରକାଶିତ ସୂଚନାରେ ଅନୁସାରେ ଗ୍ରାହକ ଟଙ୍କା ଉଠାଇବା ଫର୍ମ ମାଧ୍ୟମରେ ଅନ୍ୟ ଶାଖାକୁ ଯାଇ, ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ।
  • ବର୍ତ୍ତମାନ ଚେକ୍ ମାଧ୍ୟମରେ ଅନ୍ୟ ଶାଖାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ କରିହେବ ।
  • ତୃତୀୟ ପକ୍ଷ (ଯାହାଙ୍କୁ ଚେକ୍ ପ୍ରଦାନ କରାଯାଇଛି)ଙ୍କ ପାଇଁ ନଗଦ ଉଠାଣ ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
  • ନୂଆ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିଛି ଏସବିଆଇ । ଏହି ନିୟମଗୁଡିକ ୩୦ ସେପ୍ଟେମ୍ବର ୨୦୨୧ ପର‌୍ୟ୍ୟନ୍ତ ବଳବତ୍ତର ରହିବ।
You might also like