SBI Recruitment 2020: ୮,୫୦୦ ପଦବୀ ପାଇଁ କରନ୍ତୁ ତୁରନ୍ତ ଆବେଦନ

ଭୁବନେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ଏହାର ବିଭିନ୍ନ ଜୋନ୍‌ରେ ଖାଲି ପଡ଼ିଥିବା‌ Apprentice ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ପାଖାପାଖି  ୮,୫୦୦ଟି ଖାଲି ପଡ଼ିଥିବା ପଦବୀ ପାଇଁ ଏହି ଦରଖାସ୍ତ ଆହ୍ୱାନ କରାଯାଉଛି।

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଗତ ନଭେମ୍ବର ୨୦ରେ  ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ଆବେଦନର ଶେଷ ତାରିଖ।

ସମୁଦାୟ ପଦବୀ-୮,୫୦୦

ଗୁଜରାଟ-୪୮୦, ଆନ୍ଧ୍ରପ୍ରଦେଶ- ୬୨୦, କର୍ଣ୍ଣାଟକ- ୬୦୦, ମଧ୍ୟପ୍ରଦେଶ- ୪୩୦, ଛତିଶଗଡ- ୯୦, ପଶ୍ଚିମବଙ୍ଗ- ୪୮୦, ଓଡିଶା- ୪୦୦, ହିମାଚଳ ପ୍ରଦେଶ- ୧୩୦, ହରିୟାଣା- ୧୬୨, ପଞ୍ଜାବ- ୨୬୦, ତାମିଲନାଡୁ- ୪୭୦, ପଣ୍ଡିଚେରୀ- ୬, ଦିଲ୍ଲୀ – ୭, ଉତ୍ତରାଖଣ୍ଡ- ୨୬୯, ତେଲେଙ୍ଗାନା- ୪୬୦, ରାଜସ୍ଥାନ- ୭୨୦, କେରଳ- ୧୪୧, ଉତ୍ତରପ୍ରଦେଶ- ୧୨୦୬, ମହାରାଷ୍ଟ୍ର- ୬୪୪, ଅରୁଣାଚଳ ପ୍ରଦେଶ-୨୫, ଆସାମ- ୯୦, ମଣିପୁର- ୧୨, ମେଘାଳୟ- ୪୦, ମିଜୋରାମ- ୧୮, ନାଗାଲାଣ୍ଡ – ୩୫, ତ୍ରିପୁରା- ୩୦, ବିହାର-୪୭୫ ଓ ଝାଡ଼ଖଣ୍ଡ-୨୦୦।

ଶିକ୍ଷାଗତ ଯୋଗ୍ୟତା: ମାନ୍ୟତା ପ୍ରାପ୍ତ ୟୁନିଭର୍ସିଟି/ଅନୁଷ୍ଠାନରୁ ଗ୍ରାଜୁଏଟ୍‌ ଡିଗ୍ରୀ ପାସ୍ କରିଥିବା ଦରକାର।

ବୟସ ସୀମା: ଅକ୍ଟୋବର ୩୧, ୨୦୨୦ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୨୦ ବର୍ଷରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ। SC/ST/OBC/PWD ଆବେଦନକାରୀଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି।

ଚୟନ ପ୍ରକ୍ରିୟା: ଅନ୍‌ଲାଇନ୍‌ ଲିଖିତ ପରୀକ୍ଷା ଓ ଆଞ୍ଚଳିକ ଭାଷା ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ଆବେଦନର ଶେଷ ତାରିଖ: ଡିସେମ୍ବର ୧୦, ୨୦୨୦

ଆପ୍ଲିକେସନ୍‌ ଏଡିଟ୍‌ କରିବାର ଶେଷ ତାରିଖ: ଡିସେମ୍ବର ୧୦, ୨୦୨୦

ପ୍ରିଣ୍ଟିଂ ଆପ୍ଲିକେସନ୍‌ର ଶେଷ ତାରିଖ: ଡିସେମ୍ବର ୨୫, ୨୦୨୦

ଅନ୍‌ଲାଇନ୍‌ ଫି ଶେଷ ତାରିଖ: ଡିସେମ୍ବର ୧୦, ୨୦୨୦

ଅନ୍‌ଲାଇନ୍‌ ପରୀକ୍ଷା: ୨୦୨୧, ଜାନୁଆରୀ

ଆବେଦନ କରିବା ପୂର୍ବରୁ ଆବେଦନକାରୀ ଏହି OFFICIAL NOTIFICATION‌କୁ ଭଲ ଭାବରେ ପଢ଼ନ୍ତୁ।

ଅନ୍‌ଲାଇନ୍‌ ଆବେଦନ କରିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ: SBI Apprentice Recruitment 2020

 

You might also like