ଆଲର୍ଟ କଲା ଏସବିଆଇ : ୩୧ମେ ପର୍ଯ୍ୟନ୍ତ କାମ ଶେଷ ନକଲେ ଫ୍ରିଜ ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆଲର୍ଟ କରିଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଦେଶରେ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଗତ ଶନିବାର ଦିନ ନୂଆ ନୋଟିଫିକେସନ୍ ଜାରି କରିଛି । ବିଳମ୍ବ ନକରି ନିଜର ଆକାଉଣ୍ଟର କେୱାଇସି ଅପଡେଟ୍ କରିନିଅ ବୋଲି ସମସ୍ତ ଖାତାଧାରକଙ୍କୁ କୁହାଯାଇଛି । ଆଉ ଏପରି ନକଲେ ତାଙ୍କର ବ୍ୟାଙ୍କିଂ ସେବା ବନ୍ଦ ହୋଇଯାଇପାରେ ବୋଲି ମଧ୍ୟ ଚେତାବନୀ ନିଆଯାଇଛି ।

୩୧ ମେରୁ ଫ୍ରିଜ ହୋଇପାରେ ଖାତା :

ଗ୍ରାହକଙ୍କୁ ବ୍ୟାଙ୍କିଂ ସେବା ବିନା ବାଧାରେ ଜାରି ରଖିବା ପାଇଁ ୨୦୨୧ ମେ ୧   ପର୍ଯ୍ୟନ୍ତ କେୱାଇସି ଅପଡଟେ୍ କରିବା ପାଇଁ ପଡ଼ିବ ବୋଲି SBI ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଏଥିପାଇଁ ଗ୍ରାହକ ନିଜର କେୱାଇସି ଡକ୍ୟୁମେଣ୍ଟ ଧରି ହୋମ ବ୍ରାଞ୍ଚ କିମ୍ବା ନିକଟସ୍ଥ ଶାଖାକୁ ଯାଇପାରିବେ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୟସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଜାରି ହୋଇଥିବା ସମୟସୀମା ମଧ୍ୟରେ ଖାତା ଅପଡେଟ୍ ନକଲେ ଫ୍ରିଜ ହୋଇଯିବ ଆକାଉଣ୍ଟ ।

ସେହିପରି ଯେଉଁ ଲୋକମାନେ କରୋନା ମାହାମାରୀ ପାଇଁ ବ୍ୟାଙ୍କ ଯିବା ପାଇଁ ଚାହୁଁ ନାହାନ୍ତି, ସେମାନଙ୍କ ପାଇଁ ଇମଲେ କିମ୍ବା ପୋଷ୍ଟର ସୁବିଧା ଉପଲବ୍ଧ କରାଉଛି ଏସବିଆଇ । ଅର୍ଥାତ ଗ୍ରାହକ କେୱାଇସି ସମ୍ପର୍କିତ ନିଜର ସମସ୍ତ ଡକ୍ୟୁମେଣ୍ଟକୁ ବ୍ୟାଙ୍କ ନଯାଇ ମଧ୍ୟ ପଠାଇ ପାରିବେ । ଏପରିସ୍ଥଳେ ଯେବେ ଆପଣଙ୍କ କେୱାଇସି ଅପଡେଟ୍ ହୋଇଯିବ, ଗ୍ରାହକଙ୍କୁ ଫୋନ କରି କିମ୍ବା ମେସେଜ କରି ସୂଚିତ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

You might also like