SBI ଏଟିଏମ୍‌ରୁ ଉଠି ପାରିବ ନାହିଁ ଆଉ ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ରୁ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ। କାହିଁକି ନା ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣକୁ ଏସ୍‌ବିଆଇ ହ୍ରାସ କରି ଦେଇଛି।

ଏଣିକି ଏସ୍‌ବିଆଇ ଏଟିଏମ୍‌ରୁ ଗୋଟିଏ ଦିନରେ କେବଳ ୨୦ ହଜାର ଟଙ୍କା ଉଠାଇ ହେବ। ଏହି ନୂଆ ନିୟମ ଅକ୍ଟୋବର ମାସ ୩୧ ତାରିଖରୁ ଲାଗୁ ହେବ।

ଡିଜିଟାଲ୍‌ ବା କ୍ୟାସ୍‌ଲେସ୍‌ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହି ନୂଆ ନିୟମ ବିଷୟରେ ଗ୍ରାହକଙ୍କୁ ସୂଚାଇ ଦେବାପାଇଁ ଏସ୍‌ବିଆଇର ସମସ୍ତ ଶାଖା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

You might also like