ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ମୁମ୍ବାଇ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କରିବ ବୋଲି କହିଛି।  ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି,  କ୍ଷୁଦ୍ର ଟେଣ୍ଡରମାନଙ୍କ  ମାର୍ଜିନାଲ କଷ୍ଟ ଅଫ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଙ୍ଗ ରେଟ୍‌ (MCLR) ୫ରୁ ୧୦ ବେସିସ୍‌ ପଏଣ୍ଟରେ ହ୍ରାସ ପାଇଛି।  ଜୁଲାଇ ୧୦ରୁ ଲାଗୁ କରାଯିବ ବୋଲି କୁହାଯାଇଛି।

ଏହି ସଂଶୋଧନ ସହିତ ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କର MCLR ବାର୍ଷିକ 6.65 ପ୍ରତିଶତକୁ ଖସି ଆସିଛି।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି,  ବ୍ୟାଙ୍କ ଇତି ମଧ୍ୟରେ ଏହାର  MCLR ୧୪ ଥର ହ୍ରାସ କଲାଣି ସାମୟିକ ଋଣ ଉପରେ ଲାଗୁ ହେଉଥିବା ସୁଧ ହାର ଅନ୍ୟ ବ୍ୟାଙ୍କର ସୁଧ ହାର ଠାରୁ କମ। ତେବେ  ଦୀର୍ଘ ମିଆଦୀ ଋଣର ସୁଧ ହାର  ଅପରିବର୍ତ୍ତିତ ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। 

ତିବି

You might also like