ମହିଳା ଅଧିକାର ପାଇଁ ଲଢୁଥିବା ସାମାଜିକ କର୍ମୀଙ୍କୁ ୬ ବର୍ଷ ଜେଲ
ନୂଆଦିଲ୍ଲୀ:ଦୀର୍ଘବର୍ଷ ଧରି ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଲଢିଲେ। ହେଲେ ଏବେ ଏହି ସାମାଜିକ କର୍ମୀଙ୍କୁ ମିଳିଛି ପୁରସ୍କାର। ଆଉ ସେ ପୁରସ୍କାର କ’ଣ ଜାଣନ୍ତି ? ୬ ବର୍ଷ କାରାଦଣ୍ଡ। ଏପରି ଘଟଣା ଘଟିଛି ସାଉଦି ଆରବରେ।
ଏହି ମହିଳା ସାମାଜିକ କର୍ମୀଙ୍କ ନାଁ ଲୁଜୈନ ହଥଲୌଲ। ସୋମବାର ତାଙ୍କୁ କୋର୍ଟ ୫ ବର୍ଷ ୮ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଦେଶ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବା ଅଭିଯୋଗ ଆସିଛି। ଏପରିକି ବିଦେଶୀ ଶକ୍ତି ସହ ମିଶି ଷଡଯନ୍ତ୍ର ରଚୁଥିବା ଆରୋପ ମଧ୍ୟ ରହିଛି।
୩୧ ବର୍ଷ ବୟସ୍କା ଲୁଜୈନଙ୍କୁ ୨୦୧୮ରୁ ଜେଲରେ ଅଛନ୍ତି। ଏବେ ତାଙ୍କୁ ୫ ବର୍ଷ ୮ ମାସ ଜେଲ ଦଣ୍ଡାଦେଶ ମିଳିଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି, ମାମଲାର ବିଚାର କରି କୋର୍ଟ ତାଙ୍କ ଦଣ୍ଡାଦେଶକୁ ୨ ବର୍ଷ ୧୦ ମାସ କାଟି ଦେଇଛନ୍ତି। ଏବଂ ୨୦୧୮ ମେ‘ରୁ ତାଙ୍କର ଜେଲ ଦଣ୍ଡକୁ ଗଣନା କରୁଛନ୍ତି।
ଏହି ମାମଲା ସାଉଦୀ ଆରବ ପ୍ରତିଷ୍ଠାକୁ ଏକ ପ୍ରକାର ଦୋଛକିରେ ଛିଡା କରାଇ ଦେଇଛି। କାରଣ ଜୋ ବାଇଡେନ ସରକାର କ୍ଷମତାକୁ ଆସିବା ପରେ ଲୁଜୈନଙ୍କୁ ଅଧିକ ସମୟ ଜେଲରେ ରଖିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଝଟ୍କା ଲାଗିପାରେ। କାରଣ ଲୁଜୈନ ମାମଲାରେ ସାଉଦୀ ଆରବ ଅନ୍ତରାଷ୍ଟ୍ରୀୟ ମଞ୍ଚଳରେ ଟାର୍ଗେଟରେ ଥିଲା। ଏହି ସଜାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି।