• translate
Minati Mishra

ରିଆଦ: ସାଉଦୀ ଆରବରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଜଘନ୍ୟ ଅପରାଧ କଲେ ଫାଶୀ ଦଣ୍ଡାଦେଶ ମିଳିଥାଏ। ହେଲେ ଯେଉଁ ଦଣ୍ଡ ପାଇଁ ଏହି ଯୁବକଙ୍କୁ ଫାଶୀ ଦଣ୍ଡ ମିଳିଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର ଅପରାଧ ଏତିକି ଯେ, ସେ ନିଜ ମୋବାଇଲରେ ସରକାରୀ ବିରୋଧୀ ପ୍ରଦର୍ଶନର କିଛି ଫଟୋ  ସେଭ କରି ରଖିଥିଲେ। ଯୁବକ ଜଣକ ୨୦୧୧  ଏବଂ ୨୦୧୨ରେ ହୋଇଥିବା ସରକାର ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥିଲେ। ଏଠାରେ ମୁସ୍ତାଫା ଅଲ-ଦରବିଶ ନାମରେ ଯୁବକଙ୍କୁ ସମସ୍ତେ ଜାଣନ୍ତି। ପ୍ରଦର୍ଶନ ସମୟରେ ତାଙ୍କର ବୟସ ଥିଲା ମାତ୍ର ୧୭ ବର୍ଷ। ତେବେ ସାଉଦୀ ଆରବ ସରକାର ଏହି ଫଟୋକୁ ଆକ୍ରମଣାତ୍ମକ ବୋଲି କହି ତାଙ୍କୁ ଏପରି ଦଣ୍ଡାଦେଶ ଦେଇଛି।

ଯେଉଁ ବିଦ୍ରୋହୀମାନେ ପିଲାବେଳରୁ ଏପରି ଅପରାଧ କରିଥିଲେ ସେମାନଙ୍କୁ ଫାଶୀ ଦେବ ନାହିଁ ବୋଲି ସାଉଦୀ ଆରବ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହା ପରେ  ଉକ୍ତ ଯୁବକଙ୍କୁ ଫାଶୀ ଦିଆଯାଇଛି। ୧୭ ବର୍ଷ ବୟସରେ ମୁସ୍ତାଫା ପୂର୍ବ ପ୍ରାନ୍ତରେ ୨୦୧୧ ଏବଂ ୨୦୧୨ରେ ହୋଇଥିବା ସିଆ ମୁସ୍‌ଲିମ୍‌ ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥିଲେ। ୨୦୧୫ରେ ତାଙ୍କୁ ବିଭିନ୍ନ ଅପରାଧମୂଳକ କାମ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

ମୁସ୍ତାଫା ଯେତେବେଳେ ୨୦ ବର୍ଷ ବୟସର ହୋଇଥିଲେ, ନିର୍ଦ୍ଦୋଶରେ ଖଲାସ କରି ଦେଇଥିଲେ ସ୍ଥାନୀୟ ସରକାର। ଏହି ସମୟରେ ମୁସ୍ତାଫାଙ୍କ ପରିବାର ଲୋକେ କହିଥିଲେ, ପୋଲିସ ତାଙ୍କ ପୁଅର ମୋବାଇଲ ରଖି ଦେଇଛି। ଏହି ଫୋନରୁ ପୋଲିସକୁ ଏକ ଫଟୋ ମିଳିଥିଲା ଯାହାକୁ ଦେଖିବା ପରେ ପ୍ରଶାସନ ମୁସ୍ତାଫାଙ୍କୁ ଟାର୍ଗେଟ କରିଥିଲା। ଏହା ପରେ ମୁସ୍ତାଫାକୁ ପୁଣି ଜେଲକୁ ଆଣି ଭିନ୍ନ ଭନ୍ନ ସ୍ଥାନରେ ରଖୁଥିଲା। ଅନେକ ଥର ତାଙ୍କୁ ଜେରା କରିବା ନାମରେ ଶାରୀରିକ ନିର୍ଯାତନା ବି ଦେଉଥିଲା । ଏପରିକି ଏପରି କଷ୍ଟ ସହିବା ପରେ ମୁସ୍ତଫା ଅନେକ ଥର ଅଚେତ ହୋଇ ପଡ଼ିଥିଲା।

ବାରମ୍ବାର ଏପରି ଅକଥନୀୟ ନିର୍ଯାତନାର ଶିକାର ହେବା ପରେ ଶେଷରେ ମୁସ୍ତା‍ଫା ନିଜର ଦୋଷ ସ୍ୱୀକାର କରିଥିଲା। ଅବଶ୍ୟ କୋର୍ଟରେ ମୁସ୍ତାଫା ଏହାକୁ ଅସ୍ୱୀକାର କରି ଦେଇଥିଲା। ପୋଲିସର ଅକଥନୀୟ ମାଡରୁ ବର୍ତ୍ତିବା ପାଇଁ ଏପରି କହି଼ଥିବା  କୋର୍ଟକୁ ଜଣାଇଥିଲେ । ଏହା ପରେ ମୁସ୍ତାଫା ୫ ବର୍ଷ ଜେଲ୍‌ରେ ରହିଥିଲେ। ଶେଷରେ ମଙ୍ଗଳବାର ତାଙ୍କୁ ଫାଶୀ ଦିଆଯାଇଥିଲା। ପରିବାର ଲୋକେ ତାଙ୍କର ମୃତ୍ୟୁ ଖବର ୱେବସାଇଡ ନିଉଜରୁ ଜାଣିବାକୁ ପାଇଥିଲେ।

Other Stories