ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ବଦଳିଲେ ଗୋଆ ରାଜ୍ୟପାଳ। ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏପରି ବଦଳି କରାଯାଇଛି। ମଲ୍ଲିକଙ୍କ ସ୍ଥାନରେ ମହାରାଷ୍ଟ୍ର ଗଭର୍ଣ୍ଣର ଭଗତ ସିଂହ କୋଶିୟାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ନିଜ ଦାୟିତ୍ୱ ସହ ଅତିରିକ୍ତ ଗୋଆ ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିବେ। ରାଷ୍ଟ୍ରପତି କର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଯେଉଁ ତାରିଖରୁ ପଦଭାର ସମ୍ଭାଳିବେ ସେହି ତାରିଖରୁ ନିଯକ୍ତି ଗଣନା କରାଯିବ। 

ସୂଚନାଥାଉ କି, ସତ୍ୟାପାଲ ମଲ୍ଲିକଙ୍କୁ ଗତବର୍ଷ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ସେ ମୃଦୁଳା ସିଂହ୍ନାଙ୍କ ସ୍ଥାନରେ ନିଯୁକ୍ତି ପାଇଥିଲେ। ଗତବର୍ଷ ଅଗଷ୍ଟ ୫ ତାରିଖ ଜାମ୍ମୁ -କଶ୍ମୀରରୁ ଆର୍ଟିକିଲ-୩୭୦ ହଟାଯିବା ସମୟରେ ସତ୍ୟାପାଲ ମଲ୍ଲିକ ସେଠିକାର ରାଜ୍ୟପାଳ ଥିଲେ।

You might also like