ପରଲୋକରେ ପଦ୍ମବିଭୂଷଣ ସତୀଶ ଗୁଜରାଲ
ନୂଆଦିଲ୍ଲୀ: ପଦ୍ମବିଭୂଷଣ ସତୀଶ ଗୁଜରାଲଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ।
ସତୀଶ ଗୁଜୁରାଲ ଏକଧାରାରେ ଥିଲେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖକ । ୧୯୨୫ ମସିହା ଡିସେମ୍ବର ୨୫ ତାରିଖରେ ପାକିସ୍ଥାନର ଝେଲମ୍ରେ ଜନ୍ମଗ୍ରହଣ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲଙ୍କ ଭାଇ ଥିଲେ। ସେ ଲାହୋରର ମେୟୋ ସ୍କୁଲ ଅଫ ଆର୍ଟରେ ଶିକ୍ଷା ଗ୍ରହଣ କରିଥିଲୋ ସେ ତାଙ୍କର ସୃଜନଶୀଳ ଚତ୍ର ପାଇଁ ଅନେକ ପ୍ରଶଂସିତ ହୋଇଛନ୍ତି।
ସତୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।