ଜେଲ୍‌ରୁ ମୁକୁଳିଲେ AIADMKରୁ ନିଷ୍କାସିତ ନେତ୍ରୀ ଶଶିକଳା

ବେଙ୍ଗାଲୁରୁ: ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଶଶିକଳା। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଲୁରୁର ଏକ ଜେଲରେ ସଜା କାଟୁଥିବା ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳାଙ୍କୁ ଆଜି ମୁକ୍ତ କରାଯାଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନାମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

କିଛି ଦିନ ତଳେ ଶଶିକଳା ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ କୋଭିଡ଼  ସଂକ୍ରମିତ ଥିବା ଜଣାପଡିଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଗତ ତିନି ଦିନ ହେଲେ ଅକ୍ସିଜେନ୍‌ ସପୋର୍ଟ ନେଇ ନ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସୂଚନାଥାଉ କି, AIADMKରୁ ନିଷ୍କାସିତ ନେତ୍ରୀ ବିକେ ଶଶିକଳା (VK Sasikala) ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ୪ ବର୍ଷ ହେଲା ବନ୍ଦୀ ଜୀବନ ବିତାଉଥିଲେ। ଆଜି ତାଙ୍କର ସଜା ପୁରା ହେବା ପରେ ଜେଲରୁ ମୁକ୍ତ ହୋଇଛନ୍ତି। ତେବେ ସେ ଡାକ୍ତରଖାନାରୁ କେବେ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ। ୨୦୧୩ରେ ବିଶେଷ ଅଦାଲତ ଜୟଲଳିତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ୧୦୦ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଏଥି ସହ ଶଶିକଳା,  ବିଏନ ସୁଧାକରଣ ଏବଂ ଇଲାବରୀଶଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେମାନଙ୍କୁ ୧୦ କୋଟି ଜରିମାନା ଦେବାକୁ ପଡ଼ିଥିଲା।

ପରେ ଜୟଲଳିତା କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟରେ ସମସ୍ତ ଅଭିଯୁକ୍ତ  ମୁକ୍ତ କରିଦେଇଥିଲେ। ହେଲେ ୨୦୧୭ରେ ସୁପ୍ରିମକୋର୍ଟ ଏହି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଶେଷ ଅଦାଲତର ନିଷ୍ପତ୍ତିକୁ କାଏମ ରଖିଥିଲେ। ୨୦୧୬ ଡିସେମ୍ବର ୫ ରେ ଜୟଲଳିତାଙ୍କର ମୃତ୍ୟୁ ପରେ ତାଙ୍କ ବିରୋଧରେ ମାମଲାକୁ ଶେଷ କରି ଦିଆଯାଇଥିଲା।

ସେପଟେ ଆଜି ଚେନ୍ନାଇର ମାରିନା ବିଚ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ସ୍ମୃତିରେ ନିର୍ମିତ ଜୟଲଳିତା ମେମୋରିଆଲ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଏହାର ଲୋକାର୍ପଣ କରିବା ପରେ ଆମ୍ମାଙ୍କ ସ୍ମାରକୀ ଦେଖିବାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି।

 

You might also like